ଓଡ଼ିଶା

ଭୁବନେଶ୍ୱରରେ ସୁଧୁରୁଛି ସ୍ଥିତି, ତଥାପି ସତର୍କ ରହିବାକୁ ପଡିବ

ଭୁବନେଶ୍ୱର() ଭୁବନେଶ୍ୱରରେ ବି ସ୍ଥିତିରେ ସୁଧାର ଆସିଛି। ତଥାପି ସତର୍କ ରହିବାକୁ ହେବ। ଦୈନିକ ସଂକ୍ରମଣ ହଜାରେ ଉପରେ ରହୁଛି। ୪ଟି ସ୍ଵତନ୍ତ୍ର କୋଭିଡ ହସ୍ପିଟାଲ ଓ ୨ଟି କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ ଅଛି ବୋଲି କହିଛନ୍ତି ବିଏମସି କୋଭିଡ ନୋଡାଲ ଅଧିକାରୀ ଶୁଭେନ୍ଦୁ କୁମାର ସାହୁ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସଂକ୍ରମଣକୁ ଚେକ୍‌ ଦେବାକୁ ଯାଇ ଗତ ମାସକ ମଧ୍ୟରେ ଭୁବନେଶ୍ୱରରେ ୩୦୦ କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି।

ସେଥିମଧ୍ୟରୁ ଅନେକ ପ୍ରତ୍ୟାହୃତ ହୋଇ ବର୍ତ୍ତମାନ ଏହି ସଂଖ୍ୟା ୧୩୫ରେ ସୀମିତ ରହିଛି। ଦକ୍ଷିଣପୂର୍ବ ଜୋନ୍‌ରେ ୪୦ଟି, ଦକ୍ଷିଣପଶ୍ଚିମ ଜୋନ୍‌ରେ ୬୨ଟି ଏବଂ ଉତ୍ତର ଯୋନରେ ୩୩ଟି କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ରହିଛି।

ସେହିଭଳି ବିଭିନ୍ନ ହସ୍ପିଟାଲରେ ମାତ୍ର ୪୮୨ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ସଂଗରୋଧରେ ଅଛନ୍ତି। ପୂର୍ବଭଳି ରାପିଡ୍ ରେସ୍ପୋନ୍ସ ଟିମ ବା RRT ସକ୍ରିୟ ରହି ସଂଗରୋଧରେ ଥିବା ସଂକ୍ରମିତଙ୍କୁ ନଜରରେ ରଖିଛନ୍ତି। ସଂକ୍ରମଣ ହାର ହ୍ରାସ ପାଇଥିଲେ ହେଁ ଆମକୁ ସତର୍କ ରହିବାକୁ ହେବ। ଏଣୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ଘର ଘର ବୁଲି ଅଳିଆ ସଂଗ୍ରହ କରାଯାଉଥିବା ଗାଡ଼ି ଜରିଆରେ କୋଭିଡ ସଚେତନତା କରାଯାଉଛି। ଦାସକାଠିଆ ଓ ଲୋକକଳା ମାଧ୍ୟମରେ ମଧ୍ୟ ସଚେତନ କରାଯାଉଛି। ଏହା ସହିତ ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସେପଟେ ଟୀକାକରଣ ଓ ଟେଷ୍ଟିଂ ବ୍ୟାପକ ହୋଇଛି। ଅଧିକ ହସ୍ପିଟାଲ, ବିମାନବନ୍ଦର, ରେଳଷ୍ଟେସନ ଏବଂ ଦୈନିକ ବହୁ ଲୋକଙ୍କ ଯାତାୟତ ଫଳରେ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ସହର ଅପେକ୍ଷାକୃତ ଅଧିକ ରହୁଥିବା କହିଛନ୍ତି ବିଏମସି କୋଭିଡ ନୋଡାଲ ଅଧିକାରୀ ଶୁଭେନ୍ଦୁ କୁମାର ସାହୁ।

Related Articles

Back to top button
WP Twitter Auto Publish Powered By : XYZScripts.com