ଅନ୍ତର୍ଜାତୀୟ

ଆକସ୍ମିକ ଭାବେ ୟୁକ୍ରେନ ଉପରେ ଆକ୍ରମଣ କରିଥାନ୍ତା ଋଷ ! ଲଡିଥାନ୍ତା ନିର୍ଣ୍ଣାୟକ ଲଢେଇ- ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ନୂଆଦିଲ୍ଲୀ() ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ସୀମାରେ ଉଭୟ ଦେଶ ସୈନ୍ୟ ଠୁଳ କଲେଣି । ଏହାମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଯୁଦ୍ଧ ହେଲେ ଋଷିଆ ୟୁକ୍ରେନର ରାଜଧାନୀ କିଭ୍ ଛଡାଇ ନେବାକୁ ଯୋଜନା କରୁଥିଲା ବୋଲି ସେ କହିଛନ୍ତି ।

ବୋରିସ କହିଛନ୍ତି ଯେ, ଋଷିଆ ସୀମାରେ ଅସ୍ଥିରତା ସୃଷ୍ଟି କରୁଛି ।

ଫଳରେ ବାଧ୍ୟ ହୋଇ ନାଟୋ ୟୁକ୍ରେନ ସୀମାରେ ଅଧିକ ସୈନ୍ୟ ପଠାଇବାକୁ ନିଷ୍ପତ୍ତି ନେଇଛି । ଏକଦା ଋଷ ଆକସ୍ମିକ ଭାବେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଥିଲା । ଯାହା ନିର୍ଣ୍ଣାୟକ ଲଢେଇ ହୋଇଥାନ୍ତା । ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁରୋପୀୟ ନେତାଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ବାର୍ତ୍ତାଳାପ କରିଛନ୍ତି । ଏଥିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଜନା ବାବଦରେ ଆଲୋଚନା ହୋଇଛି ।

ବାଇଡେନ୍ କହିଥିଲେ ଯେ, ସେ ୟୁରୋପୀୟ ନେତାଙ୍କ ସହ ରହିଛନ୍ତି । ସେମାନେ ମିଳିତ ଭାବେ ଋଷର ୟୁକ୍ରେନ ଉପରେ ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବାରେ ସଫଳ ହେବେ । ସେମାନେ ପୂର୍ବ ୟୁରୋପକୁ ଯୁଦ୍ଧ ବିମାନ ଓ ଯୁଦ୍ଧ ଜାହାଜ ପଠାଇବାକୁ ରାଜି ହୋଇଛନ୍ତି ।

ଟ୍ରମ୍ପ ପ୍ରଶାସନର କହିବାନୁସାରେ, ସେମାନେ ୮୫୦୦ ଯବାନଙ୍କୁ ୟୁକ୍ରେନରେ ମୁତୟନ କରିଛନ୍ତି । ଯାହା ଋଷୀୟ ଯବାନଙ୍କୁ କଡା ଟକ୍କର ଦେବାରେ ସକ୍ଷମ ହେବ । ଋଷ ସରକାର ୟୁରୋପୀୟ ୟୁନିଅନର ଚେତାବନୀକୁ ଖାତିର ନକରି ୟୁକ୍ରେନ ସୀମାରେ ଏକ ଲକ୍ଷ ସୈନ୍ୟ ନିୟୋଜିତ କରିଛନ୍ତି ।

ସେହିପରି ପେଣ୍ଟାଗନ୍ ମୁଖପାତ୍ର ଜନ୍ କିରବୀ ଘୋଷଣା କରିଛନ୍ତି ଯେ, ଋଷିଆ ଏବେ ପଛକୁ ହଟିବ ନାହିଁ । ଗୁଇନ୍ଦା ସୂଚନା ଆଧାରରେ ଏହି ଖବର ମିଳିଛି । ଏତତ୍ ବ୍ୟତୀତ ଅଷ୍ଟ୍ରେଲିଆ ଓ ୟୁକେର ଦୂତାବାସଙ୍କୁ ୟୁକ୍ରେନ ଛାଡିବାକୁ କୁହାଯାଇଛି । ଋଷ ନାଟୋକୁ ସମାଲୋଚନା କରିବା ପରେ ବିଭିନ୍ନ ଦେଶ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି । ପୂର୍ବରୁ ଆମେରିକା ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com