ଅନ୍ତର୍ଜାତୀୟ

ତାଇୱାନ ଉପରେ ଚୀନ ଆକ୍ରମଣ କଲେ ଭୟଙ୍କର ହେବ ପରିଣତି, ମଇଦାନକୁ ଓହ୍ଲାଇବେ ଦୁଇ ମହାଶକ୍ତି ଆମେରିକା ଓ ଜାପାନ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱବାସୀଙ୍କ ଆଗରେ ଏବେ କେବଳ ଗୋଟିଏ ସମସ୍ୟା ଆସି ଉଭା ହୋଇଛି, ତାହା ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଏହି ଦୁଇ ଦେଶର ପରିସ୍ଥିତି ପରମାଣୁ ବୋମା ପର୍ଯ୍ୟନ୍ତ ଚାଲିଗଲାଣି । ତେବେ ଏହା ମଧ୍ୟରେ ଆଉ ଏକ ସମସ୍ୟା ଆସି ଛିଡ଼ା ହେଲାଣି । ଏହି ଯୁଦ୍ଧ ମଧ୍ୟରେ ଚୀନର କିଛି ଯୁଦ୍ଧ ବିମାନ ତାଇୱାନର ଆକାଶରେ ଦୃଶ୍ୟମାନ ହୋଇଥିଲା । ଗୋଟିଏ ଯୁଦ୍ଧ ଅନେକ ଯୁଦ୍ଧକୁ ଜନ୍ମ ଦେବ ବୋଲି ଅନେକ ବିଶେଷଜ୍ଞ ପୂର୍ବରୁ ମତ ଦେଇସାରିଛନ୍ତି । ନିକଟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମିଳିତ ବିବୃତି ଜାରି କରିଥିଲେ । ଦୁଇ ନେତା ତାଇୱାନକୁ ଚୀନର ଅଂଶ ବୋଲି ସେଥିରେ ଦର୍ଶାଇଥିଲେ ।
ତେବେ ଯଦି ଡ୍ରାଗନ ତାଇୱାନ ଉପରେ ଆକ୍ରମଣ କରେ, ଏହାର ଭୟଙ୍କର ପରିଣତି ନିଶ୍ଚିତ ଭୋଗିବ । ଶକ୍ତି, ସାମର୍ଥ୍ୟ ଦୃଷ୍ଟିରୁ ଚୀନ ଶକ୍ତିଶାଳୀ ହେଲେ ହେଁ ତାଇୱାନ ସହ ପଙ୍ଗା ନେବା ଏତେ ସହଜ ନୁହେଁ । ୧୯୪୯ରେ ତାଇୱାନ ଚୀନଠାରୁ ଅଲଗା ହୋଇ ନିଜକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ସ୍ଥାପିତ କରିଥିଲା । ଗତ ୧୯୫୦ ମସିହାଠାରୁ ଦୀର୍ଘ ୭୦ ବର୍ଷରୁ ଅଧିକ ସମୟ ଧରି ଚୀନ ତାଇୱାନକୁ ନିଜ କବଜାକୁ ନେବାକୁ ପ୍ରୟାସ କରି ଆସୁଛି । ଏହା ମଧ୍ୟରେ ଚୀନରେ ଅନେକ ନେତା ଗଲେଣି, ମାତ୍ର ତାଇୱାନକୁ ହାସଲ ଲକ୍ଷ୍ୟ ସେମାନଙ୍କର ସ୍ୱପ୍ନ ହୋଇ ରହିଯାଇଛି ।
ଯଦି ଚୀନ ତାଇୱାନ ଉପରେ ଆକ୍ରମଣ କରିବାକୁ ଭାବେ, ଏଭଳି ସ୍ଥିତିରେ ତାଇୱାନକୁ ରକ୍ଷା କରିବାକୁ ଆଗେଇ ଆସିବେ ବିଶ୍ୱର ଅନ୍ୟତମ ଦୁଇ ମହାଶକ୍ତି ଆମେରିକା ଓ ଜାପାନ । ଏହି ଯୁଦ୍ଧରେ ଚୀନୀ ସେନା ଉକ୍ତ ଦୁଇ ଦେଶ ସହ ଲଢ଼ିବାକୁ ପଡ଼ିବ । ଚୀନର ଆଧିପତ୍ୟକୁ ରୋକିବା ପାଇଁ ଦକ୍ଷିଣ ଚୀନ ସାଗରରେ ଆମେରିକା ପୂର୍ବରୁ ହିଁ ନିଜର ବିଶାଳ ନୌସେନା ପ୍ରସ୍ତୁତ କରି ରଖିଛି, ଯାହାକି ଡ୍ରାଗନକୁ ଜବାବ ଦେବାରେ ସକ୍ଷମ । ତେଣୁ ତାଇୱାନ ଉପରେ ଚୀନ ଆକ୍ରମଣ କରିବା ମୁସ୍କିଲ ନୁହେଁ, ଏକପ୍ରକାର ଅସମ୍ଭବ ଅଟେ ।

Related Articles

Back to top button
WP Twitter Auto Publish Powered By : XYZScripts.com