Featuredଜାତୀୟବାଣିଜ୍ୟ

ମହିନ୍ଦ୍ରା ଦେଉଛି ଦମ୍‌ଦାର ଅଫର୍, ଜାଣନ୍ତୁ କେଉଁ ମଡେଲ ଉପରେ କେତେ ମିଳୁଛି ଡିସ୍‌କାଉଣ୍ଟ 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଭାରତୀୟ ଗାଡ଼ି ନିର୍ମାତା ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ନିଜର କିଛି ସିଲେକ୍ଟିଭ ଡିଲରସିପ୍ ଥାର୍ 4×4, ବୋଲେରୋ , ବୋଲେରୋ ନିୟୋ , ମିରାଜୋ ଓ ଏକ୍ସୟୁଭିି ୩୦୦ ଉପରେ ଦମ୍‌ଦାର୍ ଡିସ୍କାଉଣ୍ଟ ଦେଉଛି । ଗ୍ରହେକଙ୍କୁ ଏହି ଅଫର ମାଧ୍ୟମରେ ନଗଦ ରିହାତି ଏବଂ ମୁକ୍ତ ଏକ୍ସସିରିଜର ଲାଭ ଉଠାଇ ପାରିବେ । କିନ୍ତୁ ଥାର୍ RWD, XUV700, ସ୍କର୍ପିଓ କ୍ଲାସିକ୍‌, XUV400, ବୋଲେରୋ, XUV300ର କିଛି ଭାରିଆଣ୍ଟ ଉପରେ ଗ୍ରାହକଙ୍କୁ କୌଣସି ରିହାତି ମିଳିବ ନାହିଁ ।

  • ମହିନ୍ଦ୍ରା ମରାଜୋ

ଏହି ମାସରେ ମାରୁତି ମହିନ୍ଦ୍ରା ମାରାଜୋ ଉପରେ ୭୩,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛନ୍ତି । ଏହାର ବେସ୍ ମଡେଲ୍ M2 ରେ ୫୮,୦୦୦ ଟଙ୍କା, ମିଡ୍ ସ୍ପେକ୍ M4 + ରେ ୩୬,୦୦୦ ଟଙ୍କା ଏବଂ ଟପ୍-ସ୍ପେକ୍ M6 + ରେ ୭୩,୦୦୦ ଟଙ୍କା ରିହାତି ଉପଲବ୍ଧ । ମହିନ୍ଦ୍ରା ମାରାଜୋଙ୍କୁ ୧.୫ ଲିଟର ଡିଜେଲ ଇଞ୍ଜିନ୍ ମିଳିଥାଏ, ଯାହା ୧୨୩ ଏଚପି ଶକ୍ତି ଏବଂ ୩୦୦ Nm ଟର୍କ ସୃଷ୍ଟି କରିଥାଏ । ଏହା ଏକ ୬-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ପାଇଥାଏ ।

  • ମହିନ୍ଦ୍ରା ବୋଲେରୋ

ମହିନ୍ଦ୍ରା ବୋଲେରୋ ଏହି ଜୁଲାଇରେ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି। ଏହାର B4 ଟ୍ରିମରେ ୩୭,୦୦୦ ଟଙ୍କା, B6 ଟ୍ରିମରେ ୨୫,୦୦୦ ଟଙ୍କା ଏବଂ B6 ଅପ୍‌ସନାଲ ଟ୍ରିମରେ ୬୦,୦୦୦ ଟଙ୍କା ରିହାତି ରହିଛି। ବୋଲେରୋ ୧.୫ ଲିଟର ଡିଜେଲ ଇଞ୍ଜିନ୍ ମିଳିଥାଏ, ଯାହା ୭୫hp ଶକ୍ତି ଉତ୍ପାଦନ କରିଥାଏ । ଏହା ଏକ ୫-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ପାଇଥାଏ ।

  • ମହିନ୍ଦ୍ରା XUV300

ମହିନ୍ଦ୍ରାର କମ୍ପାକ୍ଟ ଏସୟୁଭି, XUV300 ଚଳିତ ମାସରେ ୫୫,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି। ଏହାର ଟି-ଜିଡିଆଇ ଭାରିଆଣ୍ଟରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ରହିଛି ଏବଂ ୫,୦୦୦-୫୨,୦୦୦ ପର୍ଯ୍ୟନ୍ତ ଅଫର ଅନ୍ୟ ସମସ୍ତ ପ୍ରକାରରେ ରିହାତି ଉପଲବ୍ଧ ରହିଛି । XUV300 ର ଡିଜେଲ ଭାରିଆଣ୍ଟଗୁଡିକରେ ୨୦,୦୦୦-୫୫,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି ।

  • ମହିନ୍ଦ୍ରା ବୋଲେରୋ ନିଓ

ଏହି ମାସରେ ମହିନ୍ଦ୍ରା ବୋଲେରୋ ନିଓରେ ୫୦,୦୦୦ ଟଙ୍କା ପର‌୍ୟ୍ୟନ୍ତ ରିହାତି ଅଫର ଉପଲବ୍ଧ ରହିଛି । ଗ୍ରାହକଙ୍କୁ N4 ପ୍ରକାର ଉପରେ ୨୨,୦୦୦ ଟଙ୍କା, N8 ପ୍ରକାରରେ ୩୧,୦୦୦ ଟଙ୍କା, N10R+ ଏବଂ N10 ଅପ୍‌ସନାଲ ଉପରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି । କାରଟି ୧.୫-ଲିଟର ଡିଜେଲ ଇଞ୍ଜିନ୍ ପାଇଥାଏ, ଯାହା ୫-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ୧୦୦hp ପାୱାର୍ ଉତ୍ପାଦନ କରିଥାଏ ।

  • ମହିନ୍ଦ୍ରା ଥାର୍ 4×4

ମହିନ୍ଦ୍ରା ଥାର୍‌ର 4×4 ସଂସ୍କରଣରେ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ ଡ଼ିସ୍କାଉଣ୍ଟ ମିଳୁଛି। ଏହା ଦୁଇଟି ଟ୍ରିମ୍ସ – AX (O) ଏବଂ LXରେ ଉପଲବ୍ଧ । Thar 4X4 ଏକ ୨.୦ ଲିଟର ପେଟ୍ରୋଲ୍ ଇଞ୍ଜିନ୍ ଏବଂ ୨.୨-ଲିଟର ଡିଜେଲ ଇଞ୍ଜିନ ବିକଳ୍ପ ଉପଲବ୍ଧ ରହିଛି । ଉଭୟଙ୍କର ୬-ସ୍ପିଡ୍ ମାନୁଆଲ୍ ଏବଂ ୬-ସ୍ପିଡ୍ ଅଟୋମେଟିକ୍ ଗିଅରବକ୍ସର ବିକଳ୍ପ ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com