ଓଡ଼ିଶା
ରାଜ୍ୟରେ ୧୦ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ

ଭୁବନେଶ୍ୱର () ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ରାଜ୍ୟରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଛି ୧୦ଟି ସହରରେ । ଦାରିଙ୍ଗବାଡ଼ି ଏବଂ ଫୁଲବାଣୀ ରାତିର ୨ଟି ସହର ସର୍ବନିମ୍ନ ୬ ଡିଗ୍ରୀ ତାପମାତ୍ରା ରହିଛି । ଏହା ସହ କେନ୍ଦୁଝର, ଭବାନୀପାଟଣା ଓ ସୋନପୁର ସହରରେ ୮ ଡିଗ୍ରୀ ତାପମାତ୍ରା ରହିହିଛି । ସେହିପରି ଝାରସୁଗୁଡ଼ାରେ ୮.୪ଡିଗ୍ରୀ, କୋରାପୁଟରେ ୯ ଡିଗ୍ରୀ, ନୟାଗଡ଼, ବଲାଙ୍ଗିର ଓ ଅନୁଗୁଳରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।