ଜାତୀୟ

ନରହତ୍ୟା ଉଦ୍ୟମ ମାମଲାରେ ‘ବିଜେପି’ ବିଧାୟକ ନୀତେଶ ରାଣେଙ୍କୁ ଗିରଫଦାରିରୁ ସାମୟିକ ସୁରକ୍ଷା ଦେଲେ ସୁପ୍ରିମ୍‌କୋର୍ଟ

ମୁମ୍ବାଇ: ଗତ ମାସରେ ସିନ୍ଧୁଦୁର୍ଗ ଜିଲ୍ଲାରେ ରୁଜୁ କରାଯାଇଥିବା ନରହତ୍ୟା ଉଦ୍ୟମ ମାମଲାରେ ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପୁତ୍ର ତଥା ମହାରାଷ୍ଟ୍ର ‘ବିଜେପି’ ବିଧାୟକ ନୀତେଶ ରାଣେଙ୍କୁ ୧୦ ଦିନ ପାଇଁ ଗିରଫଦାରିରୁ ସୁରକ୍ଷା ଦେଇଛନ୍ତି।

ଟ୍ରାଏଲ୍‌ କୋର୍ଟରେ ଆତ୍ମସମର୍ପଣ କରି ଏହି ମାମଲାରେ ନିୟମିତ ଜାମିନ୍‌ ପାଇଁ ଆବେଦନ କରିବା ଲାଗି ମଧ୍ୟ ସୁପ୍ରିମ୍‌ କୋର୍ଟ ନୀତେଶଙ୍କୁ ନିର୍ଦେଶ ଦେଇଛନ୍ତି।

ଗିରଫଦାରୀ ଏଡ଼ାଇବା ଲାଗି ନୀତିଶ କରିଥିବା ଆବେଦନର ଶୁଣାଣି କରିବାକୁ ଅଗ୍ରାହ୍ୟ କରିବା ସହ ନରହତ୍ୟା ଉଦ୍ୟମ ମାମଲାରେ ତାଙ୍କୁ ୧୦ ଦିନ ପର୍ଯ୍ୟନ୍ତ ଗିରଫ ନ କରିବାକୁ ମହାରାଷ୍ଟ୍ର ପୁଲିସକୁ ଶୀର୍ଷ ଅଦାଲତ୍‌ ନିର୍ଦେଶ ଦେଇଛନ୍ତି।

କିନ୍ତୁ, ଜାନୁଆରି ୧୭ ତାରିଖ ଦିନ ବମ୍ବେ ହାଇକୋର୍ଟ ରାଣେଙ୍କୁ ଆଗୁଆ ଜାମିନ ଦେବାକୁ ମନା କରି ଦେଇଥିଲେ। ବ୍ୟକ୍ତିଗତ ସ୍ବାଧୀନତାର ପାରସ୍ପରିକ ବିରୋଧାତ୍ମକ ସଙ୍ଘାତ ଏବଂ ଘଟଣାର ଉଚିତ ତଦନ୍ତ ମଧ୍ୟରେ ସନ୍ତୁଳନ ଆବଶ୍ୟକ ବୋଲି ହାଇକୋର୍ଟ କହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com