ଦେଶର ୭୫%ରୁ ଜନତା ନେଇଛନ୍ତି ସମ୍ପୂର୍ଣ୍ଣ ଟିକା: ଟୁଇଟ୍ କରି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ () ଭାରତର ୭୫%ରୁ ଊର୍ଦ୍ଧ୍ବ ପ୍ରାପ୍ତ ବୟସ୍କ ଜନତା ଉଭୟ ଡୋଜ୍ କୋଭିଡ୍-୧୯ ଟିକା ନେଇ ସାରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ‘ଉଲ୍ଲେଖନୀୟ କୃତ୍ବିତ୍ବ’ ବୋଲି ଲେଖିଛନ୍ତି। ସେ କହିଛନ୍ତି, ପ୍ରାପ୍ତ ବୟସ୍କମାନଙ୍କ ମଧ୍ୟରୁ ୭୫% ସମ୍ପୂର୍ଣ୍ଣ ଟିକା ନେଇସାରିଛନ୍ତି। ଏହି ଉଲ୍ଲେଖନୀୟ କୃତ୍ବିତ୍ବ ଲାଗି ସାଥୀ ନାଗରିକମାନଙ୍କୁ ଅଭିନନ୍ଦନ। ଆମ ଟିକାକରଣ ଅଭିଯାନକୁ ସଫଳ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଗୌରବାନ୍ବିତ ମନେକରୁଛି।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମନସୁଖ ମଣ୍ଡାଭୀୟ ଟୁଇଟ୍ କରି କହିଛନ୍ତି, ‘ସମସ୍ତଙ୍କ ସହିତ, ସମସ୍ତଙ୍କ ପ୍ରୟାସ’ ମନ୍ତ୍ରରେ ଭାରତ ତା’ର ୭୫% ପ୍ରାପ୍ତ ବୟସ୍କ ଜନତାଙ୍କୁ ଟିକାର ଦୁଇ ଡୋଜ୍ ଦେବାର ଲକ୍ଷ୍ୟ ହାସଲ କରିଛି।
କରୋନାଭାଇରସ୍ ସଂଗ୍ରାମରେ ଆମେ ନିରନ୍ତର ସୁଦୃଢ଼ ହୋଇ ଚାଲିଛୁ। ଆମେ ସମସ୍ତ ନିୟମ ପାଳନ କରୁଛନ୍ତି ଏବଂ ଯଥା ଶୀଘ୍ର ସମ୍ଭବ ଟିକା ଦେଇ ଚାଲିବା।
ସୂଚନାଯୋଗ୍ୟ, ଗତକାଲି ସୁଦ୍ଧା ସମୁଦାୟ ୧,୬୫,୭୦,୬୦,୬୯୨ ଡୋଜ୍ ଟିକା ଦେଇସାରିଛି। ଗତକାଲି ଦିଆଯାଇଛି ୬୨,୨୨,୬୮୨ ଡୋଜ୍ ଟିକା।




