ଓଡ଼ିଶା

ମୋଷ୍ଟୱାଣ୍ଟେଡ ଅପରାଧୀର କାଠ ଫାଳିଆ ମାଡ଼ରେ ଲହୁଲୁହାଣ ହେଲା ପୋଲିସ୍‌, ଧରାପଡି ଜେଲ୍ ଗଲା ଟିକୁ

ଭୁବନେଶ୍ୱର() ମୋଷ୍ଟ ୱାଣ୍ଟେଡ ଅପରାଧୀକୁ ଧରିବାକୁ ଯାଇଥିବା ବେଳେ ଆକ୍ରମଣର ଶୀକାର ହୋଇଛି ପୋଲିସ୍‌ । ତେବେ ମାଡ଼ ମାରି ଖସିଯିବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ଟିକୁ ମାଲିଆ ଓ ତାଙ୍କ ଘର ଭୁବନେଶ୍ୱର କପିଳେଶ୍ୱରରେ । ତାଙ୍କୁ ଧରିବାକୁ ଯାଇ ଜଣେ ସବ୍‌ ଇନ୍ସପେକ୍ଟରଙ୍କ ସମେତ ୩ କନ୍‌ଷ୍ଟେବଳ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଟିକୁ ମାଲିଆ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଦୀର୍ଘ ଦିନ ହେବ ପୋଲିସ୍‌ ତାକୁ ଖୋଜିବାକୁ ଚେଷ୍ଟା ଚଳାଇଥିବା ବେଳେ ତା’ର ପତ୍ତା ପାଉ ନ ଥିଲା । ହେଲେ ଗତକାଲି ଲିଙ୍ଗରାଜ ଥାନା ଅଞ୍ଚଳରେ ଅଭିଯୁକ୍ତଜଣକ ବୁଲୁଥିବା ଖବର ମିଳିଥିଲା । ଏହାପରେ ଅତର୍କିତ ଚଢ଼ାଉ ପରେ ପୋଲିସ୍‌ ଉପରେ ଓଲଟା କାଠ ଫାଳିଆରେ ଆକ୍ରମଣ କରି ଖସିବାକୁ ବସିଥିଲା ଟିକୁ ମାଲିଆ ।  ତା’ ମାଡ଼ରେ ୪ ପୁଲିସ କର୍ମଚାରୀ ଲହୁଲୁହାଣ ହୋଇଥିଲେ । ଖବରପାଇ ଥାନା ଅଧିକାରୀ ଅଧିକ ସଂଖ୍ୟକ ପୁଲିସ ନେଇ ସେଠାରେ ପହଞ୍ଚିଥିଲେ । ସମସ୍ତେ ଘେରିଯାଇ ବିଶ୍ୱଜିତକୁ ମାଡ଼ି ବସିଥିଲେ । ତାକୁ ପୁଲିସ କାବୁ କରି ଥାନାକୁ ନେଇ ଆସିଥିଲା । ଆକ୍ରମଣରେ ବ୍ୟବହୃତ କାଠ ଫାଳିଆକୁ ପୁଲିସ ଜବତ କରିଥିଲା । ମାଡ଼ ଖାଇଥିବା ପୁଲିସଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଆଉ ଏକ ମାମଲା ରୁଜୁ କରିଥିଲା । ମାଲିଆକୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com