ଓଡ଼ିଶା

ରାଜ୍ୟରେ ଆସନ୍ତା ୯-୧୦ ତାରିଖରେ ପ୍ରବଳ ବର୍ଷା

ଭୁବନେଶ୍ୱର() ପଶ୍ଚିମା ଝଡର ପ୍ରଭାବରେ ଫେବୃଆରୀ ୯ ଏବଂ ୧୦ ତାରିଖରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଦିନ ମଧ୍ୟମ ଧରଣର ବର୍ଷା, ଝଡ ସହିତ ବଜ୍ରପାତ ଓ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ।

ରାଜ୍ୟର ଉପକୂଳବର୍ତ୍ତୀ ଅଂଚଳରେ ଫେବୃଆରୀ ୧୦ ଏବଂ ୧୧ ତାରିଖରେ ଝଡ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି । ସୋମବାର ଠାରୁ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବା ବେଳେ ବର୍ଷା ଏବଂ ଝଡ ହେବା ଯୋଗୁଁ ରାତିର ତାପମାତ୍ରା କେତେକ ସ୍ଥାନରେ କମିବାର ସମ୍ଭାବନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com