ଅନ୍ତର୍ଜାତୀୟ

୨ ଜାତିସଂଘ ଅନୁସନ୍ଧାନକାରୀଙ୍କ ହତ୍ୟା ମାମଲା, ୫୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

କିନ୍‌ଶାସା() କଙ୍ଗୋର କାସାଇ ପ୍ରଦେଶରେ ମିଳିତ ଜାତିସଂଘର ଅନୁସନ୍ଧାନକାରୀ ମାଇକେଲ ଶାର୍ପ ଏବଂ ଜୈଦା କାଟାଲାନଙ୍କୁ ହତ୍ୟା କରା ଯିବାର ପ୍ରାୟ ପାଞ୍ଚ ବର୍ଷ ପରେ ଏକ ସାମରିକ କୋର୍ଟ ୫୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। କାସାଇ ଅସିଡେଣ୍ଟାଲ ମିଲିଟାରୀ କୋର୍ଟର ଅଧ୍ୟକ୍ଷ ବ୍ରିଗେଡିୟର୍‌ ଜେନେରାଲ ଜିନ ପାଉଲିନ ନତ୍‌ଶାୟୋକୋଲୋ କହିଛନ୍ତି ଯେ ୫୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଧିକାରୀଙ୍କୁ ଆଦେଶ ଉଲ୍ଲଂଘନ ପାଇଁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଅନ୍ୟ ଦୁଇଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

କୋର୍ଟରେ ୫୦ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ବେଳେ ସେମାନଙ୍କୁ ଫାଶୀଦଣ୍ଡ ମିଳିବ ନାହିଁ। ଏହାର କାରଣ ହେଉଛି ୨୦୦୩ ପରେ କଙ୍ଗୋରେ ମୃତ୍ୟୁଦଣ୍ଡ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପରି ପରିସ୍ଥିତିରେ, ନିଷେଧାଦେଶ ହେତୁ ମୃତ୍ୟୁଦଣ୍ଡାଦେଶ କାର୍ଯ୍ୟକାରୀ ହେବ ନାହିଁ। ଯେଉଁମାନେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଛନ୍ତି ସେମାନେ ଆଜୀବନ କାରାଦଣ୍ଡ ଭୋଗିବେ।

ମିଳିତ ଜାତିସଂଘର ଅନୁସନ୍ଧାନକାରୀ ମାଇକେଲ ଶାର୍ପ ଏବଂ ଜୈଦା କାଟାଲାନଙ୍କୁ ୧୨ ମାର୍ଚ୍ଚ ୨୦୧୭ରେ କାସାଇର କେନ୍ଦ୍ରୀୟ ଅଞ୍ଚଳରେ ହତ୍ୟା କରାଯାଇଥିଲା। ଜାତିସଂଘର ଏହି ଦୁଇ ବିଶେଷଜ୍ଞ ସୁରକ୍ଷା ପରିଷଦ ତରଫରୁ କାସାଇ ହିଂସା ଘଟଣାର ଅନୁସନ୍ଧାନ କରୁଥିଲେ। ଦୁଇ ସପ୍ତାହ ପରେ ସେମାନଙ୍କ ମୃତଦେହ ଏକ କବରରେ ମିଳିଥିଲା। ଏହି ମାମଲାରେ ଦୀର୍ଘ ଦିନର ଶୁଣାଣି ପରେ ପ୍ରାୟ ୫ ବର୍ଷ ପରେ ଏହାର ରାୟ ଆସିଛି।

Related Articles

Back to top button
WP Twitter Auto Publish Powered By : XYZScripts.com