ଓଡ଼ିଶା

୭ ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଘଟଣା: ଶିଶୁ କନ୍ୟାର ବାପା ଓ ଅଙ୍ଗନୱାଡି କର୍ମୀ ସମେତ ୫ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସାନରାଏପଡା ଅଞ୍ଚଳରେ ଶିଶୁ କନ୍ୟାକୁ ୭ହଜାର ଟଙ୍କାରେ ବିକ୍ରି କରିବା ଘଟଣା । ଏହି ଘଟଣାରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତକୁ ଧର୍ମଶାଳା ପୁଲିସ ଗିରଫ କରିଛି।  ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଶିଶୁ କନ୍ୟାକୁ ବିକ୍ରି କରିଥିବା ବାପା, ଦୁଇ ଜଣ କ୍ରେତା ଓ ଦୁଇଜଣ ମଧ୍ୟସ୍ଥି ଥିବା ପୁଲିସ ସୂଚନା ଦେଇଛି । ସୂଚନା ମୁତାବକ, ଗତ ୨୭ତାରିଖରେ ସାନରାଏପଡା ଗ୍ରାମର ନଟ ବେହେରାଙ୍କ ପତ୍ନୀ କାଞ୍ଚନ ବେହେରା ଧର୍ମଶାଳା ଡାକ୍ତରଖାନାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ୨୮ତାରିଖ ଦିନ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଶିଶୁର ବାପା ନବ ଜନ୍ମିତ ଶିଶୁ କନ୍ୟାକୁ ୭ହଜାର ଟଙ୍କାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଞ୍ଚଳର ଦମ୍ପତିକୁ ବିକ୍ରି କରିଦେଇଥିଲେ ।

ଗତକାଲି ଘଟଣା ପ୍ରଚାରିତ ହେବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଘଟଣାର ତଦନ୍ତ କରିଥିଲା । ଏନେଇ ବିଭାଗ ପକ୍ଷରୁ କୋତପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ତେବେ ଗତକାଲି ରାତିରେ ବିକ୍ରି ଶିଶୁ କନ୍ୟାଟିକୁ ଉଦ୍ଧାର କରାଯିବା ସହ ଆଜି ଏହି ଘଟଣାରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମହାକାଳପଡା ଅଂଚଳର ଦମ୍ପତି କୈଳାସ ବାରିକ ଓ ସସ୍ମିତା ବାରିକ, ମଧ୍ୟସ୍ଥତା କରିଥିବା ଅଙ୍ଗନୱାଡି କର୍ମୀ ପ୍ରଭାସିନୀ ଦାସ ଏବଂ ତାଙ୍କ ଭାଇ ଦୀପକ ଦାସଙ୍କ ସମେତ ଶିଶୁ କନ୍ୟାର ବାପା ନଟବର ବେହେରା ରହିଥିବା ପୁଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com