ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଘେରିଲେ ୨୦ ହଜାର ଟ୍ରକ ଚାଳକ, ପରିବାର ସହ ଘର ଛାଡ଼ି ଫେରାର ହେଲେ କାନାଡ଼ା ପିଏମ୍
ବ୍ୟୁରୋ() ଜନସାଧାରଣଙ୍କ ତୀବ୍ର ବିରୋଧ ପରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେ ଓ ତାଙ୍କ ପରିବାର ନିଜ ବାସଭବନ ଛାଡ଼ି କୁଆଡ଼େ ଚାଲି ଯାଇଛନ୍ତି। କୁହାଯାଉଛି ଯେ କରୋନା ଟିକା ଓ ଅନ୍ୟ ସାର୍ବଜନିକ ସ୍ୱାସ୍ଥ୍ୟ ପ୍ରତିବନ୍ଧକକୁ ଶେଷ କରିବା ପାଇଁ ଦାବି କରି ଶନିବାର ହଜାର ହଜାର ଟ୍ରକ ଚାଳକ ଓ ଅନ୍ୟ ପ୍ରଦର୍ଶନକାରୀ ରାଜଧାନୀରେ ଏକତ୍ରିତ ହେବା ସହ ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଘେରି ଯାଇଥିଲେ। ଏହି ଟ୍ରକ ଚାଳକ ମାନେ ପାଖାପାଖି ୭୦ କିଲୋମିଟର ଲମ୍ବା ଠିଆ ହୋଇଥିଲେ। ଏହି ଆନ୍ଦୋଳନକୁ ସେମାନେ ‘ଫ୍ରିଡମ୍ କନ୍ଭେ’ ବୋଲି ନାମକରଣ କରିଛନ୍ତି। ଟ୍ରକ ଚାଳକ ମାନେ କାନାଡ଼ା ପତାକା ସହ ସ୍ୱାଧୀନତା ଦାବି କରୁଥିବା ପତାକା ଧରି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ଙ୍କ ବିରୋଧରେ ପ୍ରବଳ ନାରାବାଜି କରିଥିଲେ।
This is the scene in Ottawa as the Trucker Freedom Convoy makes their arrival.
Justin Trudeau has left Canada’s capital city.
So much for “small fringe minority”. pic.twitter.com/uHe5KRBEaX
— Benny (@bennyjohnson) January 29, 2022
ଏହି ଆନ୍ଦୋଳନରେ ଟ୍ରକ୍ ଚାଳକଙ୍କ ସହ ଅନ୍ୟ ଆନ୍ଦୋଳନକାରୀ ମଧ୍ୟ ସାମିଲ ହୋଇଥିଲେ ଓ କରୋନା ପ୍ରତିବନ୍ଧକ ବିରୋଧରେ ଆନ୍ଦୋଳନ କରିଥିଲେ। ଏ ଅବସରରେ ରାସ୍ତାରେ ପ୍ରବଳ ଭିଡ଼ ଜମିଥିଲା। ରାସ୍ତା ଉପରେ ହଜାର ହଜାର ଟ୍ରକ୍ ଠିଆ ହୋଇ ହର୍ଣ୍ଣ ବଜାଇଥିଲେ। ଫଳରେ ଅଞ୍ଚଳରେ ଏକ ପ୍ରକାରର ଗଣ୍ଡଗୋଳ ସ୍ଥିତି ଉପୁଜିଥିଲା। ସେମାନେ ସଂସଦ ନିକଟରେ ବି ପହଞ୍ଚିଯାଇଥିଲେ।
BREAKING NEWS: Justin Trudeau moved to secret location as Canada protests spark security fears, report says https://t.co/6ZwtUFgiid
— The Independent (@Independent) January 29, 2022
ରିପୋର୍ଟ ମୁତାବକ, ଟ୍ରକ ଚାଳକମାନେ ଆମେରିକାର ସୀମା ପାର କରିବା ପାଇଁ ଟିକା ଅନିବାର୍ଯ୍ୟ ନିୟମକୁ ବିରୋଧ କରି ଶନିବାର ଆନ୍ଦୋଳନ କରିଥିଲେ। ଏ ଅବସରରେ ୨୦ ହଜାରରୁ ଊର୍ଦ୍ଧ୍ୱ ଟ୍ରକ ଚାଳକ ନିଜ ଟ୍ରକ ସହ ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଘେରିଥିଲେ। ଟ୍ରକ ଚାଳକଙ୍କ ରାଗିବାର କାରଣ ହେଉଛି କିଛି ଦିନ ତଳେ କାନାଡ଼ାର ପ୍ରଧାନମନ୍ତ୍ରୀ ଏକ ବିବାଦୀୟ ବୟାନ ଦେଇ ଟ୍ରକ ଚାଳକଙ୍କୁ ‘ଗୁରୁତ୍ୱହୀନ ଅଳ୍ପ ସଂଖ୍ୟକ’ ବୋଲି କହିଥିଲେ। ଏହି ମନ୍ତବ୍ୟକୁ ନେଇ ଟ୍ରକ ଚାଳକମାନେ ରାଗିବା ସହ ସହରର ସ୍ଥିତି ବେହାଲ କରି ଦେଇଛନ୍ତି। ରାସ୍ତାରେ ପାଖାପାଖି ୭୦ କିଲୋମିଟର ବ୍ୟାପୀ ଟ୍ରକ ଛିଡ଼ା ହୋଇଥିବାରୁ ସାଧାରଣ ଲୋକମାନେ ଯାତାୟାତ କରିପାରିନାହାନ୍ତି।
ଏତେ ସଂଖ୍ୟକ ଟ୍ରକ ଚାଳକଙ୍କ ଆନ୍ଦୋଳନ ଦେଖି ଭୟରେ କାନାଡ଼ାର ପ୍ରଧାନମନ୍ତ୍ରୀ ନିଜ ପରିବାର ସହ ଆତ୍ମ ଗୋପନ କରିଛନ୍ତି। ଜଷ୍ଟିନ୍ କେଉଁଠି ଅଛନ୍ତି ସେ ନେଇ କୌଣସି ସୂଚନା କାହା ପାଖରେ ବି ନଥିବା ଜଣାଯାଇଛି।