ଅନ୍ତର୍ଜାତୀୟଜାତୀୟ

ବିଜୟ ମାଲ୍ୟାଙ୍କୁ ୪ ମାସ ଦଣ୍ଡାଦେଶ ଓ ୨ ହଜାର ଜୋରିମାନା

ନୂଆଦିଲ୍ଲୀ: କୋର୍ଟଙ୍କ ଅବମାନନା ଅଗଭିଯୋଗରେ ବିଜୟ ମାଲ୍ୟାଙ୍କୁ ୪ ମାସର ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହାବ୍ୟତୀତ ଦୁଇ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି । ଜୋରିମାନା ନଦେଲେ ୨ ମାସର ଅତିରିକ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ।

ଅପରପକ୍ଷେ ମାଲ୍ୟା ବିଦେଶରେ କରିଥିବା ୪୦ ମିଲିୟନ୍ ଡଲାରକୁ ୪ ସପ୍ତାହ ମଧ୍ୟରେ ଫେରାଇବା ନେଇ ନିର୍ଦ୍ଦେଶ ରହିଛି। ଜଷ୍ଟିସ୍ ୟୁ ୟୁ ଲଳିତ, ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍‌ଟ ଓ ଜଷ୍ଟିସ୍ ସୁଧାଂଶୁ ଧୁଲିଆଙ୍କ ଖଣ୍‌ଡପୀଠ ଏହି ରାୟ ଶୁଣାଇଛନ୍ତି।

ଶୁଣାଣି ସମୟରେ କୋର୍ଟଙ୍କ ତରଫରୁ ନିଯୁକ୍ତ ବରିଷ୍ଠ ବିଚାରପତି ଜୟଦୀପ ଗୁପ୍ତା ଖଣ୍‌ଡପୀଠ ଆଗରେ କହିଥିଲେ ଯେ, ମାଲ୍ୟା ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ପ୍ରଥମତଃ ସମସ୍ତ ସମ୍ପତ୍ତିର ସୂଚନା ନଦେବା ଏବଂ ଦ୍ୱୀତିୟଟି ହେଉଛି- କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶର ଅବମାନନା କରିବା । ଯେଉଁଥିରେ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ୪୦ କୋଟି ଡଲାର ନିଜ ସନ୍ତାନ ମାନଙ୍କୁ ଟ୍ରାନ୍ସଫର କରିଥିଲେ।

୧୦ ମାର୍ଚ୍ଚରେ ମାଲ୍ୟାଙ୍କ ଅନୁପସ୍ଥିତିରେ ମାମଲାର ଶୁଣାଣି ସରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ମାମଲାର ଶୁଣାଣି ବେଳେ କୋର୍ଟରେ ହାଜର ପାଇଁ କୋର୍ଟ ଏକାଧିକ ଥର ନିର୍ଦ୍ଦେଶ ଦେଇଥିଲେ ବି ମାଲ୍ୟା ହାଜର ହୋଇନଥିଲେ । ସୂଚନା ଅନୁଯାୟୀ, ୫ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୭ ମସିହା ମେ ୯ରେ ମାଲ୍ୟା କୋର୍ଟଙ୍କ ଆଦେଶକୁ ଅବମାନନା କରିଥିବା  ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ । ବିଶେଷତଃ ସେ ନିଜ ସମ୍ପତ୍ତିର ପୂରା ସୂଚନା ବ୍ୟାଙ୍କ ଓ ତତ୍ ସମ୍ବନ୍ଧୀୟ ପ୍ରାଧୀକରଣକୁ ଦେଇନଥିଲେ, ଯେଉଁଠୁ ସେ କୋଟିକୋଟି ଟଙ୍କାର ଋଣ ନେଇଥିଲେ । ତେବେ ବିଜୟ ମାଲ୍ୟାଙ୍କ ନାମରେ ୯ହଜାର କୋଟିର ଋଣ ଠକେଇ ମାମଲା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com