ବାଣିଜ୍ୟ

୫ ଦିନ ହେଲା ଥାନାରେ ଅଟକ ରହିଛିି କୁକୁଡ଼ା

ଭୁବନେଶ୍ୱର, ୨୮/୧୨/୨୦୨୨-   ୫ ଦିନ ହେଲା ଥାନାରେ ଅଟକ ରହିଛନ୍ତି କୁକୁଡ଼ା । ଏ କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଅନ୍ୟର ଦୋଷ ପାଇଁ ସଜା ଭୋଗୁଛନ୍ତି ୪ଟି କୁକୁଡ଼ା । ମଙ୍ଗଳବାର କୁକୁଡ଼ାଙ୍କୁ ସିମୁଳିଆ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଇଥିବା ଜଣା ପଡ଼ିଛିି ।

ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ପଞ୍ଚାୟତ ମଞ୍ଜୁରୀପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଜାଗାରେ ପ୍ରତ୍ୟେକ ପାର୍ବପର୍ବାଣିରେ କୁକୁଡ଼ା ଲଢ଼େଇ ହୋଇଥାଏ । ତେବେ ଗତ ଡିସେମ୍ବର ୨୫ ତାରିଖ ବଡ଼ଦିନ ହୋଇଥିବାରୁ ଗଞ୍ଜା ଲଢ଼େଇ ଚାଲୁଥିବା ବେଳେ ସିମୁଳିଆ ପୋଲିସ ଅଚାନକ ଚଢ଼ାଉ କରିଥିଲା । ଯାହା ଫଳରେ ଆୟୋଜକ ମାନେ ସେ ସ୍ଥାନ ଛାଡ଼ି ପଳାଇଥିଲେ । ପୋଲିସ ୪ଟି କୁକୁଡ଼ା ସହିତ ୪ ଜଣକୁ ଥାନାକୁ ଆଣିଥିଲା । ଏହି ସମସ୍ତ ପ୍ରକ୍ରିୟାରେ ପୋଲିସ ପକ୍ଷରୁ ୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ମଧ୍ୟ ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com