ଓଡ଼ିଶା

ପ୍ରଯୋଜିକା ଝିଲିଙ୍କ ‘ରୁଦ୍ରାଣୀ’ ର ସୁଟିଂ ଶେଷ, ଖୁବଶୀଘ୍ର ମୁକ୍ତିଲାଭ କରିବ

ଭୁବନେଶ୍ୱର : ଝିଲିକ୍‌ ମୋସନ୍‌ ପିକଚର୍ସର ପ୍ରଥମ ଅବଦାନ “ରୁଦ୍ରାଣୀ”ର ସୁଟିଂ ଶେଷ । ଆଉ ଏବେ ସୁଟିଂ ଶେଷ ପରେ ଭୁବନେଶ୍ୱର ସ୍ଥିତ ପଟିଆ ଲାଲନ୍‌ ଗାର୍ଡେନ ଠାରେ କ୍ୟାମ୍ପ ଫେୟାର ଅନୁଷ୍ଠିତ ହୋଇଯାଇଛି । ତେବେ ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ଝିଲିକ୍‌ କ୍ୟାମ୍ପ ଫେୟାରରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ଭାବ ବିହ୍ୱଳ ହୋଇ ସ୍ପଷ୍ଟ ବୟଙ୍କ ଠାରୁ  ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ନିଜ ଘରର ସଦସ୍ୟଙ୍କ ସହ କାମ କଲା ଭଳି ଲାଗୁଥିଲା ବୋଲି ଝିଲିକ୍ କହିଛନ୍ତି।

ସେହିପରି ବହୁଦିନ ପରେ ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ କ୍ୟାମ୍ପ ଫେୟାର‌ ଅନୁଷ୍ଠିତ ହୋଇଥିଲା । ଏଥିରେ  ସମସ୍ତଙ୍କୁ ନିଜ ନିଜର କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଥିବାରୁ ଅଭିନେତ୍ରୀ ଝିଲିକ୍ କୁ ପ୍ରଯୋଜକ ଟୁଟୁ ନାୟକ ସାଧୁବାଦ ଜଣାଥିଲେ।ଏହି ଅବସରରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମୁରଲୀ କ୍ରିଷ୍ଣା, କ୍ୟାମେରା ମ୍ୟାନ୍ ଇଶ୍ଵର ବାରିକ, ଅଭିନେତା ମଣ୍ଟୁ, ଲୋହିତାକ୍ଷ, ଶକ୍ତି ବରାଳ,ବାପି ବାବୁ, ବିକି ମିଶ୍ର, ଧରିତ୍ରୀ, ଶୁଭଙ୍କରୀ, ପ୍ରଡକ୍ସନ ମ୍ୟାନେଜର ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ। ଚଳଚ୍ଚିତ୍ରକୁ ଅତିଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com