ଜାତୀୟବାଣିଜ୍ୟ

ବଜେଟ୍ ପୂର୍ବରୁ ୭୦୦ ପଏଣ୍ଟ ବଡିଲା ସେନସେକ୍ସ : ବଜେଟ୍‌କୁ ନେଇ ଉତ୍ସାହିତ ହେଉଛନ୍ତି ସେୟାର ମାର୍କେଟ ନିବେଶକ

ମୁମ୍ବାଇ : ଚଳିତ ବର୍ଷ ୧ ଫେବୃଆରିରୁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବଜେଟ୍‌କୁ ନେଇ ଉତ୍ସାହିତ ହେଉଛନ୍ତି ସେୟାର ମାର୍କେଟ ନିବେଶକ । ଯାହାର ପ୍ରଭାବ ସେୟାର ମାର୍କେଟ ଉପରେ ପଡିଛି । ସୋମବାର ସେୟାରମାର୍କେଟ୍ ଭଲ ଆରମ୍ଭ କରିଛି । ଆରମ୍ଭ ହେବା ପରେ ମାର୍କେଟରେ କାରବାର ୨ ପ୍ରତିଶତ ବୃଦ୍ଧି ପାଇଛି । ସୋମବାର ଆଗତ ହେବାକୁ ଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ପାଇଁ ନିବେଶକଙ୍କ ମନୋବଳ ବୃଦ୍ଧି ପାଇଛି ।

ଘରୋଇ ସେୟାର ମାର୍କେଟ ଉପରେ ଗତ ଦୁଇ ସପ୍ତାହ ହେଲା ଅଧିକ ଚାପ ରହୁଛି । ସୋମବାର ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇବ । ଏହାପରେ ମଙ୍ଗଳବାର ସାଧାରଣ ବଜେଟ୍ ଆଗତ ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । ବଜେଟକୁ ନେଇ ସାଧାରଣ ଜନତା, ଶିଳ୍ପପତି, ପୁଞ୍ଜିପତି ସମସ୍ତେ ଉତ୍ସାହିତ ରହିଛନ୍ତି । କରୋନାର ତୃତୀୟ ଲହର ମଧ୍ୟରେ ଏହି ବଜେଟ୍ ଆର୍ଥିକ ଗତିବିଧିକୁ ଦୃଢ କରିବ ବୋଲି ଆଶା କରାଯାଉଛି ।

ସୋମବାର ସେୟାର ମାର୍କେଟରେ କାରବାର ଆରମ୍ଭ ହେଲା ମାତ୍ରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । ବିଏସଇ ସେନସେକ୍ସ ଓ ନିଫ୍ଟି ସବୁଜ ସଙ୍କେତରେ ରହିଥିଲେ । ସକାଳ ୯ଟା୨୦ ସୁଦ୍ଧା ସେନସେକ୍ସ ୭୦୦ ଅଙ୍କ ବଢି ୫୮ ହଜାର ପଏଣ୍ଟ ପାଖାପାଖି କାରବାର କରିଥିଲା । ନିଫ୍ଟି ମଧ୍ୟ ୧.୨୫ ପ୍ରତିଶତ ବଢି ୧୭୩୦୦ ଅଙ୍କ ଅତିକ୍ରମ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com