ଓଡ଼ିଶା

ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା ଅଭିଯୋଗ, ସ୍ୱାମୀ ଓ ଦିଅର ଅଟକ

କଲ୍ୟାଣସିଂହପୁର() ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାଟି ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ କୁମୁଟଲପେଣ୍ଟାରେ। ମୃତ ମହିଳାଙ୍କ ନାଁ ରୋଜି ମଲ୍ଲିକ। ପୁଲିସ ତାଙ୍କ ସ୍ୱାମୀ ସଞ୍ଜୀବ ମଲ୍ଲିକ ଓ ଦିଅର ଦୀପକ ମଲ୍ଲିକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, କୁମୁଟଲପେଣ୍ଟାରେ ରୋଜି ମଲ୍ଲିକଙ୍କ ଶ୍ୱଶୁର ଘର ଲୋକେ ଭଡ଼ା ଘରେ ରହନ୍ତି। ରବିବାର ସନ୍ଧ୍ୟାରେ ସେଠାରେ ରୋଜି ଫ୍ୟାନ୍‌ରେ ଓଢ଼ଣୀ ବାନ୍ଧି ଝୁଲି ପଡ଼ିଥିଲେ। ସ୍ୱାମୀ ସଞ୍ଜୀବ ମଲ୍ଲିକ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ରୋଜିଙ୍କୁ ମୃତ ଘୋଷଣା କରିଥିଲେ।

ରୋଜିଙ୍କ କକା ବିଜୟ କୁମାର ମଲ୍ଲିକ ଚାନ୍ଦିଲି ଥାନାରେ ତାଙ୍କ ଝିଆରୀଙ୍କୁ ଯୌତୁକ ପାଇଁ ହତ୍ୟା କରଯାଇଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି।

ପୁଲିସ ରୋଜିଙ୍କ ଶ୍ୱଶୁର ଘରୁ କିଛି ମଦ ବୋତଲ ଜବତ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

ସୂଚନାଯୋଗ୍ୟ, ରୋଜି ରାୟଗଡ଼ା ୟୁଜିଏମଆଇଟି କଲେଜରେ ଡିପ୍ଲୋମା କରୁଥିଲେ ବୋଲି ଜଣାପଡ଼ିଛି।

Related Articles

Back to top button