କ୍ରୀଡ଼ା

ଆଇପିଏଲ୍ ୨୦୨୨ର ମେଗା ଅକ୍ସନ୍ ଲିଷ୍ଟରେ ୫୯୦ ଖେଳାଳି : ଶିଖର ଧାୱନ ଓ ଶ୍ରେୟସ୍ ଆୟର ମଧ୍ୟ ଅଛନ୍ତି

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜିନ-୧୫ ମେଗା ଅକ୍ସନ ଆସନ୍ତା ଫେବୃଆରୀ ୧୨ ଏବଂ ୧୩ ଅନୁଷ୍ଠିତ ହେବ । ବିସିସିଆଇ ପକ୍ଷରୁ ମଙ୍ଗଳବାର ୫୯୦ଜଣ ଖେଳାଳିଙ୍କ ଲିଷ୍ଟ ଜାରି କରାଯାଇଛି । ବେଙ୍ଗାଲୁର ଠାରେ ଦୁଇଦିନ ଧରି ଖେଳାଳିମାନଙ୍କ ମେଗା ଅକ୍ସନ ଆୟଜିତ ହେବ । ବିଭିନ୍ନ ଫ୍ରାଞ୍ଚାଇଜ୍ ଖେଳାଳିଙ୍କ ବେସ୍ ପ୍ରାଇସ୍ ଅନୁଯୟୀ ନିଲାମ ଡାକିବେ ।
ଚଳିତ ବର୍ଷ ମେଗା ଅକ୍ସନ ଅନେକ ବଡ଼ ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍ ସିଧାସଳଖ ମୋଟା ଅଙ୍କରେ କିଣି ନେଛନ୍ତି । ବାକି ଆଉ କେତେକ ବଡ଼ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଆସନ୍ତା ୨୦୨୨ ଆଇପିଏଲ ପାଇଁ ଶିଖର ଧାୱନ, ଶ୍ରେୟସ୍ ଆୟର, ରବିଚନ୍ଦ୍ରନ ଅଶ୍ୱନ, ମହମ୍ମଦ ସାମୀ, ଇଶାନ କିଶାନ, ଆଜିଙ୍କ୍ୟ ରାହାଣେ, ସୁରେଶ ରୈନା, ଯୁବେନ୍ଦ୍ର ଚହଲ ଭଳି ବଡ଼ ଖେଳାଲିମାନେ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com