ଜାତୀୟ

ଏଲପିଜି ସିଲିଣ୍ଡର୍ ଦାମରେ ମୋଟା ଅଙ୍କର ହ୍ରାସ!

ନୂଆଦିଲ୍ଲୀ() ଦରଦାମ୍ ବୃଦ୍ଧି କାରଣରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଦରଦାମ୍ ହୁ ହୁ ହୋଇ ବୃଦ୍ଧି ପାଇଚାଲିଛି । ଏହା ଭିତରେ ଲୋକମାନଙ୍କ ଆଶ୍ୱସ୍ତିକର ଖବର ରହିଛି । ଫେବୃଆରୀ ମାସର ପ୍ରଥମ ଦିନରୁ କମର୍ଶିଆଲ୍ ଗ୍ୟାସ ସିଲିଣ୍ଡର୍ ର ଦାମ୍ ରେ ୯୧.୫ ଟଙ୍କା ହ୍ରାସ ପାଇଛି । ପେଟ୍ରୋଲିୟମ୍ କମ୍ପାନୀ ଆଜି ଠାରୁ କମର୍ଶିଆଲ୍ ଗ୍ୟାସ୍ ର ଦାମ୍ ହ୍ରାସ କରିଛି । ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ୍ ରେ କୌଣସି ପରିବର୍ତ୍ତନ ଆସିନାହିଁ ।

ସେହିପରି ଗତ ମାସରେ ଅର୍ଥାତ୍ ଜାନୁଆରୀ ୨୦୨୨ରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ରେ ୧୦୨.୫୦ ଟଙ୍କା ହ୍ରାସ କରାଯାଇଥିଲା । ଏହି କ୍ରମରେ ପୁଣି ଫେବୃଆରୀରେ ଦାମ୍ ହ୍ରାସ ଘଟିଛି । ହେଲେ ୧୪ ଗ୍ରାମ ସିଲିଣ୍ଡରର ଦାମ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ୧୯ କିଗ୍ରା କମର୍ଶିଆଲ୍ ଗ୍ୟାସ୍ ର ଦାମ୍ ୯୧.୫ ଟଙ୍କା ହ୍ରାସ ପାଇ ୧୯୦୭ ଟଙ୍କା ହୋଇଯାଇଛି । କୋଲକାତାରେ କମର୍ଶିଆଲ୍ ଗ୍ୟାସ୍ ସିଲିଣ୍ଡରର ଦାମ୍ ୮୯ ଟଙ୍କା କମ୍ ହୋଇ ୧୯୮୭ ଟଙ୍କା ହୋଇଛି । ସେହିପରି ଚେନ୍ନାଇରେ କମର୍ଶିଆଲ୍ ଗ୍ୟାସ୍ ସିଲିଣ୍ଡରର ଦାମ୍ କମି ୨୦୮୦.୫ ଟଙ୍କା ହୋଇଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com