ଜାତୀୟମନୋରଞ୍ଜନ

Taarak Mehtaର ଦୟାବେନ୍‌ ରିୟଲ ଲାଇଫ୍‌ରେ ଏତିକି ଧନୀ, କୋଟି କୋଟି ସମ୍ପତ୍ତିର ମାଲିକାଣୀ…

ନୂଆଦିଲ୍ଳୀ()  ତାରକ ମେହେଟ୍ଟା କା ଉଲଟା ଚଶମା ଏହି ଲୋକପ୍ରିୟ ଶୋ’ଟି ୨୦୦୮ ମସିହାରୁ ଟେଲି ଜଗତରେ ରାଜ୍‌ କରି ଆସୁଛି। ଶୋ’ରେ ଏହିପରି ଅନେକ ଚରିତ୍ର ଦେଖିବାକୁ ମିଳିଛି । ​​ଯେଉଁମାନେ ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସେପରି ‘ଦୟାବେନ୍’, ଚରିତ୍ରରେ ନଜର ଆସୁଥିବା ଦିଶା ଭକାନୀଙ୍କୁ ଦର୍ଶକଙ୍କ ଠାରୁ ବହୁ ଭଲ ପାଇବା ମିଳିଛି । ହେଲେ ବର୍ତ୍ତମାନ ସେ ଟେଲି ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଛି। ଦିଶା ତାଙ୍କ ବିବାହ ପରେ ମଧ୍ୟ ଶୋ’ରେ କାମ ଜାରି ରଖିଥିଲେ କିନ୍ତୁ ମାଆ ହେବା ପର ଠାରୁ ଆଉ ଫେରି ନଥିଲେ। ହେଲେ ଆଜି ବି ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ମନେ ରଖିଛନ୍ତି।

ତେବେ ଗଣମାଧ୍ୟମ ଖବର ଅନୁଯାୟୀ ଦିଶା ଭକାନୀଙ୍କ ନେଟ୍‌ ମୂଲ୍ୟ ବିଷୟରେ ପ୍ରକାଶ କରାଯାଇଛି । ଏହା ସହ କୁହାଯାଇଛି କି ତାଙ୍କର ନେଟ୍ ମୂଲ୍ୟ କୋଟି କୋଟି ଟଙ୍କା ରହିଛି। କାରଣ ତାଙ୍କ ଶୋ’ରେ ବହୁତ ବଡ ରକମର ଫି ଦିଆଯାଉଥିଲା । ‘TMKOC’ ପାଇଁ ଏପିସୋଡ୍ ପାଇଁ ୧ ରୁ ୧.୫ଲକ୍ଷ । ୨୦୧୭ରେ ସେ ପ୍ରତି ମାସକୁ ୨୦ ଲକ୍ଷ ନେଉଥିଲେ। ଆଜି ସୁଦ୍ଧା ଅଭିନେତ୍ରୀଙ୍କ ନେଟ୍‌ ମୂଲ୍ୟ ହେଉଛି ୫ ମିଲିୟନ୍ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୩୭ କୋଟି। ସେ ବିଏମଡବ୍ଲୁ ପ୍ରିମିୟମ ଅଟୋମୋବାଇଲ ପରି  ମହଙ୍ଗା କାରରେ ଚଳାନ୍ତି।

ତାଙ୍କର ଟିଭି ଶୋ ବ୍ୟତୀତ ସେ ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି । ସେଥିମଧ୍ୟରୁ ଦିଶା ‘ଦେବଦାସ’, ‘ମଙ୍ଗଲ ପାଣ୍ଡେ: ଦି ରାଇଜିଂ’, ‘ଯୋଦ୍ଧା ଆକବର’, ‘ସି କମ୍ପାନୀ’, ‘ଲଭ୍ ଷ୍ଟୋରୀ ୨୦୫୦’ ଏବଂ ଅନ୍ୟାନ୍ୟ ଫିଲ୍ମ ମଧ୍ୟରେ କାମ କରିଛନ୍ତି। ‘ଖିଚିଡି’, ‘ହିରୋ ଭକ୍ତି କି ଶକ୍ତି ହେ ‘, ‘ଆହତ୍’ ଭଲି ଟେଲି ଶୋ’ରେ ମଧ୍ୟ ଅଭିନୟ କରିଛନ୍ତି। ଦିଶା ଭକାନୀ ଏକ ଅଭିନୟରେ ସ୍ନାତକ କରିଥିବା ବେଳେ ଥିଏଟ ଆର୍ଟିଷ୍ଟ ମଧ୍ୟ ଅଟନ୍ତି । ଯିଏକି ୨୦୧୫ ରେ ମୟୂର ପାଡିଆଙ୍କୁ ବିବାହ କରିଥିଲେ । ୨୦୧୭ ନଭେମ୍ବରରେ ସେମାନଙ୍କର ଏକ ସନ୍ତାନ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com