ଜାତୀୟ

ହିଂସାରେ ସାମିଲ ଯୁବକଙ୍କୁ ମିଳିବନି ଅଗ୍ନିପଥରେ ଏଣ୍ଟ୍ରୀ, ରକ୍ଷା ମନ୍ତ୍ରଣାଳୟ କହିଲା- ଦେବାକୁ ପଡିବ ସତ୍ୟପାଠ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ମାଧ୍ୟମରେ ସେନାରେ ସାମିଲ ହେବାକୁ ଥିବା ଆଶାୟୀଙ୍କୁ ସତ୍ୟପାଠ ଦେବାକୁ ପଡିବ। ସେମାନେ କୌଣସି ହିଂସାତ୍ମକ ବିରୋଧ ପ୍ରଦର୍ଶନରେ ସାମିଲ ନାହାନ୍ତି ବୋଲି ସ୍ପଷ୍ଟ କରିବାକୁ ପଡିବ । ଏଏନଆଇର ରିପୋର୍ଟ ଅନୁସାରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ସେକ୍ରେଟାରୀ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ପାଣ୍ଡେ କହିଛନ୍ତି, ଅନୁଶାସନ ଭାରତୀୟ ସେନାର ମୂଳ ଆଧାର । ଏଠାରେ ପୋଡାଜଳା ଏବଂ ହିଂସା ପ୍ରଦର୍ଶନର କୌଣସି ସ୍ଥାନ ନାହିଁ । ସମସ୍ତଙ୍କୁ ଏଥିପାଇଁ ସାର୍ଟିଫିକେଟ ଦେବାକୁ ପଡିବ ଯେ, ସେମାନେ କୌଣସି ପ୍ରକାର ହିଂସା କିମ୍ୱା ବିରୋଧ ପ୍ରଦର୍ଶନରେ ସାମିଲ ନଥିଲେ । ଏଥିପାଇଁ ପୋଲିସ ଭେରିଫିକେସନ ଦେବାକୁ ପଡିବ।

ଲେଫ୍ଟନାଣ୍ଟ ଜେନେରାଲ ଅରୁଣ ପୁରୀ କହିଛନ୍ତି, ଯଦି କୌଣସି ଆଶାୟୀଙ୍କ ବିରୋଧରେ ଏଫଆଇଏର ରୁଜୁ ହୋଇଥିବ ତେବେ ସେ ସେନାରେ ସାମିଲ ହୋଇପାରିବେ ନାହିଁ। ଆଶାୟୀଙ୍କୁ ସେନାର ଫର୍ମ ଭରିବା ସମୟରେ ଲିଖିତ ଆକାରରେ ବିରୋଧ ପ୍ରଦର୍ଶନରେ ସାମିଲ ନଥିବା ନେଇ ସ୍ପଷ୍ଟ କରିବାକୁ ପଡିବ।

ଅଗ୍ନିପଥ ଯଓଜନାକୁ ନେଇ ଲେଫ୍ଟନାଣ୍ଟ ଜେନେରାଲ ବଂଶୀ ପୋନପ୍ପା କହିଛନ୍ତି, ଚଳିତ ବର୍ଷ ଡିସେମ୍ର ଶେଷ ସୁଦ୍ଧା ୨୫ ହଜାର ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ ବାହାରିବ। ଏହା ପରେ ୨୦୨୩ ଫେବ୍ରୁଆରୀସୁଦ୍ଧା ଦ୍ୱିତୀୟ ବ୍ୟାଚର ଆରମ୍ଭ ହେବ। ଏହି ବ୍ୟାଚରେ ପ୍ରାୟ ୪୦ ହଜାର ଅଗ୍ନିବୀରଙ୍କୁ ପ୍ରଶିକ୍ଷଣ ଦିଆଯିବ।

ନୌସେନାରେ ଅଗ୍ନିପଥ ଯୋଜନାରେ ମହିଳାଙ୍କୁ ମିଳିବ ନିଯୁକ୍ତି

ଅନ୍ୟପଟେ ଭାଇସ ଆଡମିରାଲ ଦିନେଶ ତ୍ରିପାଠୀ କହିଛନ୍ତି, ଭାରତୀୟ ନୌସେନାରେ ବର୍ତ୍ତମାନ ସମୟରେ ୩୦ ମହିଳା ଅଧିକାରୀ ବିଭିନ୍ନ ଜାହାଜରେ ନିୟୋଜିତ ଅଛନ୍ତି। ଅଗ୍ନିପଥ ଯୋଜନାରେ ନୌସେନାରେ ମହିଳାଙ୍କ ପ୍ରବେଶ ଉପରେ ନିଷ୍ପତ୍ତି ନିଆଯାଇଛି। ଏପରି କି ଯୁଦ୍ଧ ଜାହାଜରେ ମଧ୍ୟ ସେମାନଙ୍କୁ ମୁତୟନ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com