Breaking NewsFeaturedଓଡ଼ିଶାଜାତୀୟ

ପିଛା ଛାଡୁନି ଟ୍ରେନ ଦୁର୍ଘଟଣା, କରମଣ୍ଡଳର କାଳରାତ୍ରି ପରେ ବଢିଚାଲିଛି ଟ୍ରାଜେଡି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପିଛା ଛାଡୁନି ଟ୍ରେନ ଦୁର୍ଘଟଣା । ଗତ ୨ ତାରିଖରେ ବାଲେଶ୍ୱରର ବାହାନଗାରେ ହୋଇଥିଲା ଭୟଙ୍କର ରେଳ ଦୁର୍ଘଟଣାର ଦାରୁଣ ଦୁଃଖ ଏଯାଏଁ ଟଳିନି । ଯେଉଁଥିରେ ୨୮୮ ଜଣ ପ୍ରାଣ ହରାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଏହାକୁ ନେଇ ସବୁଠି ଶୋକାକୁଳ ପରିବେଶ ଥିବା ବେଳେ ଆଉ ଦୁଇଟି ଟ୍ରେନ ଦୁର୍ଘଟଣା ଯାତ୍ରୀ ମାନଙ୍କୁ ଆତଙ୍କିତ କରି ପକାଇଛି । ବାହାନଗା ରେଳ ଦୁର୍ଘଟଣା ପରେ ପରେ ବ୍ରହ୍ମପୁର ଷ୍ଟେସନରେ ଅଗରତାଲା-ସିକନ୍ଦରାବାଦ ଟ୍ରେନର ବି-୫ ବଗିରେ ସର୍ଟ ସର୍କିଟରୁ ନିଆଁ ଲାଗି ଧୂଆଁ ବାହାରୁଥିଲା । ଯାହାକୁ ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଏହାପରେ ବୁଧବାର ଯାଜପୁର ରୋଡରେ ଇଞ୍ଜିନ ବିହୀନ ମାଲଗାଡ଼ିରେ ୬ ଜଣ ଶ୍ରମିକ କଟି ଯାଇଥିଲେ । ସେହିପରି ବୁରୁବାର ଚଣ୍ଡିିଖୋଲ ନିକଟରେ ଚଳନ୍ତା ମାଲଗାଡି ମଝିରୁ ଅଲଗା ହୋଇଯାଇଥିଲା । ୩ଟି ୱାଗନ ଛାଡି ପଳାଇଥିଲା ଟ୍ରେନ । ପୁଣି ଗୁରୁବାର ସନ୍ଧ୍ୟାରେ ନୂଆପଡାରେ ଦୁର୍ଗ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲା ।

ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଷ୍ଟେସନ ପାଖରେ ଦୁର୍ଗାପୁରୀ ଏକ୍ସପ୍ରେସର ବି-୩ ଏସି ବଗିର ବ୍ରେକ ସୋ’ରେ ନିଆଁ ଲାଗିଯାଇଥିଲା । ଏହାକୁ ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । କିଛି ଯାତ୍ରୀ ରେଲଓ୍ବେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଟ୍ରେନକୁ ଖରିଆର ରୋଡ ଷ୍ଟେସନକୁ ଅଣାଯାଇଥିଲା । ସେଠାରେ ପ୍ରବଳ ଧୂଆଁ ହେବାରୁ ଯାତ୍ରୀମାନେ ଅସୁରକ୍ଷିତ ମନେକରି ଟ୍ରେନରୁ ଓହ୍ଲାଇ ପଡିଥିଲେ । ଷ୍ଟେସନ ପରିସର ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଥିଲା । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ । ତେବେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଓ ଆଉ ଏକ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଗାପୁରୀ ଟ୍ରେନ ସନ୍ଧ୍ୟା ୬ଟା ୫୩ରେ ଖରିଆର ରୋଡ ଷ୍ଟେସନରେ ପହଞ୍ଚିବାକୁ ଥିବା ବେଳେ ବିଳମ୍ବ ହୋଇ ରାତି ୧୦ଟା ୫ରେ ପହଞ୍ଚିଥିଲା । ନିଆଁ ଆୟତ୍ତ ହେବା ପରେ ରାତି ପ୍ରାୟ ୧୧ଟା ପରେ ଖରିଆର ଷ୍ଟେସନରୁ ଟ୍ରେନ ଛାଡିଥିଲା । ସେହିପରି ଗୁରୁବାର ରାତିରେ ଚେନ୍ନାଇଠାରେ ଜନ ଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରାକ୍‌ ଆଉଟ୍‌ ହେବା ଖବର ମିଳିଛି। ତେବେ ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com