Featuredଓଡ଼ିଶା

ସମ୍ବଲପୁର ଜିଲ୍ଲା ଜଜ୍ କୋର୍ଟ ଭଙ୍ଗାରୁଜା ଘଟଣା, ଜେଲରୁ ମୁକୁଳିଲେ ୨୯ ଜଣ ଆଇନଜୀବି

ଭୁବନେଶ୍ୱର: ଜେଲରୁ ମୁକୁଳିଲେ ୨୯ ଜଣ ଆଇନଜୀବି । ଗତକାଲି ଓଡିଶା ହାଇକୋର୍ଟ ସମସ୍ତ ଆଇନଜୀବିଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଆଜି ସମ୍ବଲପୁର SDJM କୋର୍ଟ ରେ ଜାମିନ ସଂପର୍କୀତ ଆବଶ୍ୟକୀୟ କାଗଜପତ୍ର ଦାଖଲ କରାଯାଇଥିଲା । ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ଵର ମିଶ୍ର, କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କ ସହିତ ୨୯ ଆଇନଜୀବି ଗତ ଡ଼ିସେମ୍ବର ୧୨ ତାରିଖରୁ ସମ୍ବଲପୁର କେନ୍ଦ୍ରୀୟ କାରାଗାର ରେ ରହିଥିଲେ।

ଗତ ଡ଼ିସେମ୍ବର ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ଜଜ୍ କୋର୍ଟ ଭଙ୍ଗାରୁଜା ଘଟଣାରେ ପୋଲିସ ୨୯ ଜଣ ଓକିଲ, ଓକିଲ ସଂଘ କାର୍ଯ୍ୟାଳୟର ଜଣେ ପିଅନ ଓ ଆଠ ଜଣ କିନ୍ନରଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com