ଓଡ଼ିଶା

ଅଭିଷେକଙ୍କ ସହ ଏକାଠି କାମ କରିବାକୁ ଚାହୁଁଛନ୍ତି ଐଶ୍ବର୍ଯ୍ୟା, ଫିଲ୍ମକୁ ନେଇ କହିଲେ ଏମିତି

ନୂଆଦିଲ୍ଳୀ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦୀର୍ଘ ସମୟ ପରେ ଅଭିନୟ ଜଗତକୁ ଫେରୁଛନ୍ତି । ତାଙ୍କୁ ମଣିରତ୍ନାମଙ୍କ ଫିଲ୍ମରେ ଦେଖିବାକୁ ମିଳିବ। ହେଲେ ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଇଛି କି ଐଶ୍ୱର୍ଯ୍ୟା ରାୟଙ୍କୁ ରଜନୀକାନ୍ତଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଥାଲାଇଭର୍ ୧୬୯ରେ ମଧ୍ୟ ଦେଖିବାକୁ ମିଳିବ । ହେଲେ ଐଶ୍ୱର୍ଯ୍ୟା ବିବାହ ପୁର୍ବରୁ ଅଭିଷେକଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ବର୍ତ୍ତମାନ ଦୁହେଁ ଦୀର୍ଘ ଦିନ ହେବ କୌଣସି ପ୍ରୋଜେକ୍ଟରେ ଏକାଠି କାମ କରିନାହାଁନ୍ତି। ଏଥିପାଇଁ ଐଶ୍ୱର୍ଯ୍ୟା ଅଭିଷେକଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ଗୋଟିଏ କାରଣ ହେତୁ ଉଭୟ ଏକାଠି କାମ କରି ପାରୁ ନାହାନ୍ତି।

ସୂଚନା ଅନୁଯାୟୀକୁ ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟାଙ୍କୁ ଅଭିଷେକଙ୍କ ସହ କାମ କରିବା ବିଷୟରେ ପଚରାଗଲା, ସେ ଆଶା କରିଲା ପରି ଉପରକୁ ଚାହିଁ କହିଲେ -ଏହା ହେବା ଉଚିତ୍ । ହେଲେ ମୋର ପ୍ରଥମ ପ୍ରାଥମିକତା ହେଉଛି ମୋର ପରିବାର ଏବଂ ପିଲା । ମୁଁ ସାହସର ସହିତ ଘରୁ ବାହାରକୁ ଚାଲିଗଲି ଏବଂ ମଣି ସାର୍ ଙ୍କ ଫିଲ୍ମକୁ ମଧ୍ୟ ଶେଷ କଲି କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୋ ପରିବାର ଏବଂ ଆରାଧ୍ୟା ଉପରେ ଧ୍ୟାନ ହରାଇବି । ଏମିତିରେ ଯଦି ଆମେ ଏକାଠି କାମ କରିବୁ ଘରୁ ମଧ୍ୟ ଦୂରେଇ ରହିବୁ ।

ଐଶ୍ୱର୍ଯ୍ୟା ତାଙ୍କର ଆଗାମୀ ଚଳଚ୍ଚିତ୍ର ପୋନିନ୍ ସ୍ଲେବନର ସୁଟିଂ ଶେଷ କରିଛନ୍ତି। ତାଙ୍କୁ ଏହି ଚଳଚ୍ଚିତ୍ରରେ ଡବଲ୍ ରୋଲରେ ଦେଖିବାକୁ ମିଳିବ । ନିକଟରେ ଅଭିଷେକ IIFA ୨୦୨୨ରେ ପରଫମାନ୍ସ କରିଥିଲେ । ଯେଉଁଥିରେ ଐଶ୍ୱର୍ଯ୍ୟା ତାଙ୍କ ସିଟ୍‌ରେ ବସିଥିବା ବେଳେ ନାଚୁଥିବାର ଦେଖିବାକୁ ମିଳିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com