ଓଡ଼ିଶା

ଛାତ ଉପରେ କାମ କରୁଥିଲେ କୃଷ୍ଣଚନ୍ଦ୍ର, ୧୧ କେଭି ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ

ଆଠମଲ୍ଲିକ :  ଛାତ ଉପରେ ଯାଇଥିଲେ ୧୧ କେଭି ତାର । ଅସାବଧାନତାରୁ ବିଦ୍ୟୁତ ସଂସ୍ପର୍ଶରେ ଆସିଗଲେ କୃଷ୍ଣଚନ୍ଦ୍ର । ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ । ଆଠମଲ୍ଲିକ ଥାନା ନୂଆମାଣତି ଗାଁରେ ଘଟିଛି ଏହି ଅଘଟଣ ।
ଖବର ଅନୁଯାୟୀ, ନୂଆମାଣତି ଗାଁର ସର୍ବେଶ୍ୱର ଧଳଙ୍କ ଘରକୁ କୃଷ୍ଣଚନ୍ଦ୍ର ସାହୁ ଓ ତାଙ୍କର କିଛି ସାଥି ଛାତ ପକାଇବା ପାଇଁ ଯାଇଥିଲେ । କୃଷ୍ଣଚନ୍ଦ୍ର ସାହୁ ଘର ଛାତ ଉପରେ ଲୁହା ଛଡ଼ ବାନ୍ଧୁଥିଲେ । ଛାତ ଉପରେ ଲୁହା ଛଡ଼ ବାନ୍ଧୁଥିବା ବେଳେ ୧୧ କେଭି ତାର ସଂସ୍ସର୍ଶରେ ଆସିଯାଇଥିଲେ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ଛାତ ଉପରେ ୧୧ କେଭି ବିଦ୍ୟୁତ ଯାଇଥିବା ବେଳେ ସର୍ବେଶ୍ୱର କିପରି ଶ୍ରମିକଙ୍କୁ ନେଇ କାମ କରୁଥିଲେ । ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ପୋଲିସ ତୁରନ୍ତ ଆକ୍ସନ ନେବାକୁ ଦାବି ମଧ୍ୟ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com