ଓଡ଼ିଶା

ପଞ୍ଚାୟତ ନିର୍ବାଚନ: ଶରଧାପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

ଗଜପତି () ଗୋଷାଣୀ ବ୍ଲକ ଶରଧାପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ । ଆହତ ଜଣକ ହେଲେ ଚେନି ପ୍ରସାଦ ରାଓ । ଆକ୍ରୋଶ ମୂଳକ ଭାବେ ତାଙ୍କୁ ବିରୋଧୀ ଆକ୍ରମଣ କରିଥିବା ଅଭିଯୋଗ ହୋ ଇଛି । ଶୋଭାଯାତ୍ରା ସମୟରେ କିଛି ବିଜେପି କର୍ମୀ ଚେନୀ ପ୍ରସାଦଙ୍କ ସହ ଯୁକ୍ତି ତର୍କ କରିଥିଲେ । ପ୍ରଚାର ଶେଷ ହେବା ପରେ ରାତି ପ୍ରାୟ ୯ ଘଣ୍ଟା ସମୟରେ ଗୁରୁତର ଅବସ୍ଥାରେ ତାଙ୍କୁ ଗାଁ ନିକଟରୁ ଉଦ୍ଧାର କରାଯାଇଥିଲା । କିଛି ବିଜେପି କର୍ମୀ ତାଙ୍କୁ ଆକ୍ରମଣ କରୁଥିବା ବେଳେ ଲୋକ ଦେଖି ପାଟି କରିଥିଲେ । ଫଳରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଭାବେ ଚେନି ପ୍ରସାଦ ରାଓଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com