Featuredଜାତୀୟମନୋରଞ୍ଜନ

ପ୍ରଥମ ଦିନରେ କେତେ କମେଇବ ଫିଲ୍ମ ପଠାନ

ବଲିଉଡ କିଙ୍ଗ ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ପଠାନ ନିରନ୍ତର ଚର୍ଚ୍ଚାରେ ରହିଛି। ଚଳଚ୍ଚିତ୍ରଟି ବିବାଦର ଏକ ଅଂଶ ପାଲଟିଥିବା ସତ୍ତ୍ବେ ଲୋକମାନଙ୍କ ମଧ୍ୟରେ ଫିଲ୍ମଟିକୁ ଦେଖିବାର ଉତ୍ସାହ ମଧ୍ୟ ଲାଗି ରହିଛି। ଜାନୁଆରୀ ୨୫ ରେ ଏହି ଚଳଚ୍ଚିତ୍ର ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ବାଣିଜ୍ୟ ବିଶ୍ଳେଷଣକାରୀ ଏବଂ ପ୍ରଶଂସକମାନେ ପଠାନ ଫିଲ୍ମ ପ୍ରଥମ ଦିନର କେତେ ରୋଜଗାର କରିବ ତାହା ନେଇ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି।
ବାଣିଜ୍ୟ ଏବଂ ପ୍ରଦର୍ଶନୀ କ୍ଷେତ୍ର ପଠାନ ଫିଲ୍ମକୁ ନେଇ ବହୁତ ଆଶା ରଖିଛି। ତାଙ୍କ କହିବାନୁସାରେ, ଶାହରୁଖ ଖାନଙ୍କ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୩୫ କୋଟିରୁ ୪୫ କୋଟି ମଧ୍ୟରେ ବ୍ୟବସାୟ କରିବ। ଏଥି ସହିତ ପ୍ରଥମ ଦିନ ଅପେକ୍ଷା ଦ୍ୱିତୀୟ ଦିନରେ ଫିଲ୍ମ ଅଧିକ ରୋଜଗାର କରିବ ବୋଲି ମଧ୍ୟ ଅନୁମାନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com