ଜାତୀୟ

ରାଷ୍ଟ୍ରପତି ପିନ୍ଧିଲେ ‘ଝେଲ ଶାଢୀ’

ଆଦିବାସୀ ପରମ୍ପରାର ଝେଲ ଶାଢି ପିନ୍ଧି ଶପଥ ନେଇଛନ୍ତି ପଂଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁରରୁ ଶାଢି ନେଇ ଦିଲ୍ଲୀ ଯାଇଥିଲେ ଦ୍ରୌପଦୀଙ୍କ ସାନ ଭାଇ ଭାଉଜ । ଏହାକୁ ପିନ୍ଧି ଶପଥ ନେଇଥିଲେ ଦ୍ରୌପଦୀ । ଫଳରେ ଦେଶ ଦେଖିଥିଲା ସାନ୍ତାଳୀ ପରମ୍ପରାର ପ୍ରତୀକ । ସୂଚନା ଅନୁସାରେ ନାଁ ଘୋଷଣା ପରଠାରୁ ୧୩ ଥର ଝେଲ ପିନ୍ଧିଲେଣି ମହାମହିମ । ଝେଲ ଶାଢୀ ଆଦିବସୀଙ୍କ ମହିଳାଙ୍କ ବେଶ ପସନ୍ଦ । ବାହାଘର ଓ ପୂଜାବିଧି ସମୟରେ ଆଦିବାସୀ ମହିଳାମାନେ ଏହି ଶାଢୀ ପିନ୍ଧିଥିବା ଦେଖାଯାଇଥାଏ । ତୁଳାରୁ ସ୍ୱତନ୍ତ୍ର ଭାବେ ସୂତା ପ୍ରସ୍ତୁତ କରାଯାଇ ବୁଣାକାରମାନେ ହାତରେ ତିଆରି କରିଥାନ୍ତି ଏହି ଝେଲ ଶାଢୀ । ବଜାରରେ ଏହି ଝେଲ ଶାଢୀ ୫ ଶହ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ଯାଏଁ ମିଳୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com