କ୍ରୀଡ଼ା

କ୍ରିସ୍ ଗେଲଙ୍କ ହାତରେ ସ୍ୱାମୀ ବିବେକାନ୍ଦଙ୍କ ପୁସ୍ତକ, ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏହି ଫଟୋ . . .

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ୪୨ବର୍ଷୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ନାଁ ହିଁ କାଫି । ଏଥିପାଇଁ କୌଣସି ପରିଚୟ ଆବଶ୍ୟକ ପଡୁନି । ଏହି ସମୟ ମଧ୍ୟରେ, ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ପ୍ରଚୁର ଅଟେ । ଗତ କିଛି ବର୍ଷ ଧରି ଭାରତର ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଖେଳି ଧୂଆଁଧାର ପ୍ରଦର୍ଶନ କରିଛନ୍ତି ।

ଭାରତ ପ୍ରତି କାରିବିଆନ୍ ଖେଳାଳିଙ୍କ ଏହି ସଂଲଗ୍ନତା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏଇ ନିକଟରେ ଭାଇରାଲ ହୋଇଥିବା ଏକ ଦୃଶ୍ୟରେ ଜଣାପଡିଛି ଭାରତ ଧର୍ମ ପ୍ରତି ଗେଲଙ୍କ କେତେ ରହିଛି ଦୁର୍ବଳତା । ଏହି ଛବିରେ ସେ ଦେଶର ମହାନ ଆଧ୍ୟାତ୍ମିକ ସାଧୁ ସ୍ୱାମୀ ବିବେକାନନ୍ଦଙ୍କ ଏକ ପୁସ୍ତକ ସହିତ ନଜର ଆସିଛନ୍ତି । ଭାଇରାଲ ଚିତ୍ରରେ ଗେଲଙ୍କ ହାତରେ ଦେଖାଯାଇଥିବା ଚିତ୍ରର ନାମ ହେଉଛି ‘ଲିଭିଙ୍ଗ୍ ସୋର୍ସ’ ।

Related Articles

Back to top button
WP Twitter Auto Publish Powered By : XYZScripts.com