କ୍ରୀଡ଼ା

ବକ୍ସିଂରେ ନିତୁ ଓ ଅମିତ ଜିତିଲେ ସ୍ଵର୍ଣ୍ଣ ପଦକ

ବର୍ମିଂହାମ, ୦୭/୦୮/୨୦୨୨-  କମନ ୱେଲଥ ଗେମ୍ସରେ ରବିବାର ବକ୍ସିଂରେ ଦୁଇଟି ସ୍ଵର୍ଣ୍ଣ ଜିତିଛି ଭାରତ । ଭାରତୀୟ ବକ୍ସର ନିତୁ ଘନଘାସ ୪୮ କେଜି ବର୍ଗରେ ଇଂଲଣ୍ଡର ଡେମି ଜେଡଙ୍କୁ ୫-୦ରେ ହରାଇ ପ୍ରଥମ ସ୍ଵର୍ଣ୍ଣ ଜିତିଥିଲେ । ଏହାର କିଛି ସମୟ ପରେ ଅମିତ ପଙ୍ଘଲ ବକ୍ସିଂରେ  ୪୮-୫୧ ବର୍ଗରେ ଇଂଲଣ୍ଡର କାଇରନ ମାକଡୋନାଲ୍ଡଙ୍କୁ ୫-୦ରେ ହରାଇ ଦ୍ବିତୀୟ ସ୍ଵର୍ଣ୍ଣ ପଦକ ଭାରତକୁ ଭାରତକୁ ଦେଇଛନ୍ତି । ନିତୁ ଓ ଅମିତଙ୍କ ପଦକକୁ ମିଶାଇ ଭାରତ ୧୫ ସ୍ଵର୍ଣ୍ଣ ପଦକ ସହ ମୋଟ ୪୩ ପଦକ ହାସଲ କରିଛି । ସେହିପରି ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି । ସେମିଫାଇନାଲରେ ହାରିବା ପରେ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ଲଢେଇରେ ନ୍ୟୁଜଲାଣ୍ଡକୁ ଭେଟିଥିଲା । ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ଭଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେବାକୁ ସକ୍ଷମ ହୋଇଥିଲେ । ପରେ ସୁଟ ଆଉଟରେ ଭାରତ ୨-୧ରେ ଜିତି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com