ଅନ୍ତର୍ଜାତୀୟଓଡ଼ିଶାକ୍ରୀଡ଼ାଜାତୀୟ

ହକି ବିଶ୍ୱକପ୍‌ : ଭାରତ-ଇଂଲଣ୍ଡ ମ୍ୟାଚ ଡ୍ର

ଭୁବନେଶ୍ୱର, ୧୬/୦୧/୨୦୨୩ –   FIH ପୁରୁଷ ହକି ବିଶ୍ୱକପ୍‌ରେ ରବିବାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚ ଅମୀମାଂସିତ ଭାବରେ ଶେଷ ହୋଇଛି । ଆରମ୍ଭରୁ ଉଭୟ ଭାରତ ଓ ଇଂଲଣ୍ଡ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ଉଭୟଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲେ । ଫଳରେ ମ୍ୟାଚ ଡ୍ର ରଖା ଯାଇଥିଲା । ତେଣୁ ଉଭୟ ଟିମକୁ ଗୋଟିଏ ଲେଖାଏଁ ପଏଣ୍ଟ ବାଣ୍ଟି ଦିଆଯାଇଛି । ହେଲେ ପଏଣ୍ଟ ସମାନ ହୋଇଥିଲେ ବି ଇଂଲଣ୍ଡ ଟେବୁଲର ଶୀର୍ଷରେ ରହିଛି । କାରଣ ଚଳିତ ବିଶ୍ଵକପରେ ଗୋଲ ବ୍ୟବଧାନରେ ଇଂଲଣ୍ଡ ଏ ପର୍ଯ୍ୟନ୍ତ ଅଧିକ ଗୋଲ୍‌ ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com