ଓଡ଼ିଶା

ଘୁଞ୍ଚିବନି GATE-2022 ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ() ପୂର୍ବ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ ଗେଟ୍ ୨୦୨୨ ପରୀକ୍ଷା । ପରୀକ୍ଷା ଘୁଞ୍ଚିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । କୋଭିଡ୍ ସଂକ୍ରମଣ କାରଣରୁ ପରୀକ୍ଷା ଘୁଞ୍ଚାଇବାକୁ ଆବେଦନ କରାଯାଇଥିଲା । ତେବେ ଏହି ମାମଲାର ଶୁଣାଣି କରିବାକୁ ଯାଇ ଗୁରୁବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ, ପରୀକ୍ଷା ସ୍ଥଗିତ ରହିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହେବ । ଯେଉଁ ପିଲାମାନେ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ଆମେ ସେମାନଙ୍କ ଭବିଷ୍ୟତ ସହିତ ଖେଳିପାରିବା ନାହିଁ । ସୂଚନା ଯେ, ଫେବୃଆରୀ ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଗେଟ୍-୨୦୨୨ । ଫେବୃଆରୀ ୫, ୬, ୧୨ ଏବଂ ୧୩ ତାରିଖରେ ପରୀକ୍ଷା ହେବ । ଏହା ଦୁଇଟି ସିଫ୍ଟରେ ଆୟୋଜିତ ହେବ । ପ୍ରାୟ ୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com