ଅନ୍ୟାନ୍ୟ
ଜ୍ୱାଇଁ ମୃତ୍ୟୁ ଏବଂ ଶଶୁର ଗୁରୁତର, ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ୍

କୁଚିଣ୍ଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ୍ । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ବାନ୍ଧାଭୂଇଁ ଛକ ନିକଟରେ ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ବାନ୍ଧାଭୂଇଁ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜ୍ବାଇଁଙ୍କର ମୃତ୍ୟୁ ହୋଇଥିବା ବେଳେ ଶ୍ବଶୁର ଗୁରୁତର ହୋଇଛନ୍ତି । ମୃତକ ହେଲେ ମହୁଲପାଲି ଥାନା କୁସୁମୀ ଅଞ୍ଚଳର ଋଷି ନାଏକ । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।