କ୍ରୀଡ଼ା
୩୦୦ ଦିନିକିଆ କ୍ଲବ୍ରେ ସାମିଲ ହେଲେ କିଙ୍ଗ କୋହଲି

ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍ ‘ଏ’ ଶେଷ ମ୍ୟାଚ୍ ଆଜି ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଟିମ୍ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଛି। ଏହି ମ୍ୟାଚ୍ରେ ବିରାଟ କୋହଲି ତାଙ୍କର ୩୦୦ତମ ଏକଦିବସୀୟ ମ୍ୟାଚ୍ ଖେଳିଛନ୍ତି। ଏହା ସହିତ ସେ ୩୦୦ ଦିନିକିଆ କ୍ଲବ୍ରେ ଯୋଗଦେଇଛନ୍ତି। କୋହଲିଙ୍କ ପୂର୍ବରୁ କେବଳ ସଚିନ ତେନ୍ଦୁଲକର, ଏମଏସ ଧୋନି, ମହମ୍ମଦ ଆଝାରୁଦ୍ଦିନ, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଏବଂ ଯୁବରାଜ ସିଂହ ଏହି ସଫଳତା ହାସଲ କରିପାରିଥିଲେ।