ଅନ୍ତର୍ଜାତୀୟ

ସଚ୍ଚୋଟ ଚୋରା : ଚୋରି କରିବାକୁ ଆସି ମାଲିକଙ୍କୁ ୧୫ ହଜାର ଟଙ୍କା ଦେଇ ସେଠାରୁ ଗଲେ

ମେକ୍ସିକୋ : ସାଧାରଣତଃ ରାତି ଅଧରେ ପଶିବାର ଗୋଟିଏ କାରଣ ଚୋରୀ ନହେଲେ ଡକାୟତି । ଖାଲି ଚୋରି ତ କରନ୍ତିନି ଘରର ଲୋକଙ୍କୁ ଆକ୍ରମଣ କରିବାର ନଜର ବି ରହିଛି । ଯେଉଁଥିପାଇଁ ଘରର ମାଲିକଙ୍କୁ ବହୁତ କ୍ଷତି ସହିବାକୁ ପଡିଥାଏ । ହେଲେ ଆମେରିକାର ନ୍ୟୁ ମେକ୍ସିକୋରେ କିନ୍ତୁ ଅଜବ ଘଟଣା ଘଟିଛି ।

ଚୋରଟି ଘରେ ଚୋରି କରିବା ଉଦ୍ଦେଶ୍ୟରେ ପ୍ରବେଶ କରେ । ପ୍ରଥମେ ବାଥରୁମରେ ଭଲଭାବେ ଗାଧୁଆ ପାଧୁଆ କରେ । କେବଳ ସେତିକି ନୁହେଁ ଖାଇବା ସହ ମଦ ମଧ୍ୟ ପିଏ । ଆଉ ତାପରେ ୧୫ ହଜାର ଟଙ୍କା ଛାଡିଦିଏ ଚୋରଟି । ଏକଥା ଆଶ୍ଚର୍ଯ୍ୟ ହେଲେ ବି ସତ କଥା । ସୂଚନା ଥାଉକି, ‘ସଚ୍ଚୋଟ ଚୋର’ ଝରକା ଭାଙ୍ଗି ନ୍ୟୁ ମେକ୍ସିକୋର ସାଣ୍ଟା ଫେରେ ଏକ ଘରେ ପ୍ରବେଶ କରିଥିଲା । ହାତରେ ଗୋଟିଏ ରାଇଫଲ ଧରି ସେ ଚୋରୀ କରିବାକୁ ଆସିଥିଲା ।

ସୌଭାଗ୍ୟ ବଶତଃ ଘରେ କେହି ନଥିଲେ, ଅର୍ଥାତ୍ ଘରର ପରିବାର ସଦସ୍ୟ ବାହାରକୁ ଯାଇଥିଲେ । ମାତ୍ର ସେ କିଛି ଘଣ୍ଟା ପରେ ଫେରିବା ପର୍ଯ୍ୟନ୍ତ ଚୋରଟି ସେଠାରେ ଥିଲା । ଚୋରଟି ଯାହା ଘରେ ପଶିଥିଲା ଚୋରି କରିବାକୁ ସେ ହେଉଛନ୍ତି ଆଲବୁକ୍ରେକ ଜର୍ଣ୍ଣାଲ । ସେ କୁହନ୍ତି ଜଣେ ଡକାୟତ ରାଇଫଲ ସାହାଯ୍ୟରେ ଝରକା ଭାଙ୍ଗି ଘରେ ପ୍ରବେଶ କରିଥିଲା । ହେଲେ ଚୋରି ନକରି ଘରେ ରହି ଖାଦ୍ୟ ଖାଇଲା, ବିୟର ପିଇଲା ।

ଏମିତିକି ଆମେ ଫେରିବା ପରେ ସେ ସେଠାରେ ଥିଲା । ତେବେ ଆମେ ପହଞ୍ଚି ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲୁ, କିନ୍ତୁ ସେ ଆମର କୌଣସି ଅନିଷ୍ଟ କରିନଥିଲା । ସେ ଆହୁରି କହିଥିଲେ ଯେ, ଏହି ଚୋର ଏତେ ସଭ୍ୟ ଥିଲା ଯେ ସେ ପ୍ରଥମେ ନିଜ କାର୍ଯ୍ୟ ପାଇଁ ପରିବାର ସଦସ୍ୟଙ୍କ ନିକଟରେ କ୍ଷମା ମାଗିଥିଲା । ପରେ ଏସବୁ ପାଇଁ ୧୫ ହଜାର ଟଙ୍କା ଦେଇ ସେଠାରୁ ପଳାଇଥିଲା । ଯିବାବେଳେ କହିଗଲା ଦେଇଥିବା ପଇସାରୁ ଝରକା କାଚ ମରାମତି କରିଦେବେ । ମୋ କାମ ପାଇଁ ମୁଁ ଆପଣଙ୍କ ନିକଟରେ ଦୁଃଖିତ ।

Related Articles

Back to top button
WP Twitter Auto Publish Powered By : XYZScripts.com