ଓଡ଼ିଶା

କାର୍ ଓ ବାଇକର ମରମାନ୍ତକ ଦୁର୍ଘଟଣା : ବାଇକ୍ ଚାଳକ ଗୁରୁତର

ଚାନ୍ଦବାଲି : ଚାନ୍ଦବାଲି-ଭଦ୍ରକ ମୁଖ୍ୟରାସ୍ତା ଚନ୍ଦନପୁର ନିକଟରେ କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଫଳରେ ବାଇକ୍ ଅରୋହୀ ଜଣକ କାରରେ ପିଟିହୋଇ ୮ଫୁଟ ଉପରକୁ ଉଠିଯାଇ ତଳକୁ ଖସି ପଡ଼ିଥିଲେ । ଘଟଣାସ୍ଥଳରେ ସ୍ଥାନୀୟଲୋକେ ପହଞ୍ଚି ବାଇକ୍ ଅରୋହୀଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାଇକ୍ ଅରୋହୀ ଜଣକ ହେଉଛନ୍ତି ଭଦ୍ରକ ଆହାରପଦା ଗୋପାଳପୁର ଗ୍ରାମର ସତ୍ୟବ୍ରତ ଜେନା ।

Related Articles

Back to top button
WP Twitter Auto Publish Powered By : XYZScripts.com