ଓଡ଼ିଶା

ସରସ୍ୱତୀ ପୂଜା ସାରି ଘରକୁ ଫେରୁଥିଲେ ଷଷ୍ଠ ଶ୍ରେଣୀ ଛାତ୍ର , ପିଟିଦେଲା ବାଇକ୍‌

ଭଞ୍ଜନଗର() ଖୁସିରେ ଖୁସିରେ ସାଙ୍ଗଙ୍କ ସହ ମା’ ସରସ୍ୱତୀଙ୍କ ପୂଜା ସାରି  ଘରକୁ ଫେରିବା ବେଳେ ଘଟିଲା ଅଘଟଣ। ବାଇକ୍‌ ଧକ୍କାରେ ଆଖି ବୁଜିଲେ ଷଷ୍ଠ ଶ୍ରେଣୀ ଛାତ୍ର। ଗଞ୍ଜାମ ଜିଲ୍ଲା ତାରସିଂ ଥାନା ବାଙ୍କତରା ଗାଁରେ ଆଜି ଘଟିଛି ଏପରି ଅଭାବନୀୟ ଘଟଣା।  ମୃତ ଛାତ୍ରଜଣକ ହେଲେ ବାଙ୍କତରା ଗାଁର  ଶିବରାମ ଡାକୁଆଙ୍କ ପୁଅ ଦ୍ୱିତିକୃଷ୍ଣ ଡାକୁଆ ।

ସୂଚନା ଅନୁଯାୟୀ ଦ୍ୱିତିକୃଷ୍ଣ ଆଜି ସକାଳେ ସରସ୍ୱତୀ ପୂଜା ପାଇଁ  ସାଙ୍ଗଙ୍କ ସହ ଘର ପାଖରେ ଥିବା ଟ୍ୟୁସନକୁ ଯାଇଥିଲେ। ସେଠାରେ ପୂଜା ସାରି  ସାଙ୍ଗଙ୍କ ସହ ଘରକୁ ଚାଲି ଚାଲି ଫେରୁଥିଲେ। ମାତ୍ର ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ ଦ୍ୱିତିକୃଷ୍ଣ ।

ଖବର ପାଇ ସଙ୍ଗେ ସଙ୍ଗେ ପରିବାର ଲୋକ ଓ ପୁଲିସ୍‌ ପହଞ୍ଚି ତାଙ୍କୁ ଭଞ୍ଜନଗର ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com