ଓଡ଼ିଶା

ଆଜି ଦେଶକୁ ମିଳିବେ ନୂଆ ରାଷ୍ଟ୍ରପତି, ନୀଳଗିରିରେ ଚାଲିଛି ପୂଜାର୍ଚ୍ଚନା

ନୀଳଗିରି: ଆଜି ରାଷ୍ଟ୍ରପତି ପଦ ପାଇଁ ଭୋଟ ଗଣତି ଆରମ୍ବ ହୋଇଛି। ଓଡିଶାରୁ ଏହି ପଦରେ ପ୍ରାର୍ଥୀ ହୋଇ ଗର୍ବ ଆଣିଦେଇଛନ୍ତି ଦ୍ରୌପଦୀ ମୁର୍ମୁ। ବିଜୟ ଏକ ପ୍ରକାର ନିଶ୍ଚିତ ଜଣାପଡିଥିବା ବେଳେ ତାଙ୍କ ପାଇଁ ଆରମ୍ବ ହୋଇଛି ପୂଜାର୍ଚ୍ଚନା।

ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଅଧିନ ଘାଟଘରସାହି ଅଞ୍ଚଳରେ ଥିବା ମା ବାସୁଳି ମନ୍ଦିର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ମନ୍ଦିରରେ ଦ୍ରୌପଦୀ ରାଜ୍ୟପାଳ ଥିବା ସମୟରେ ମାନସିକ ପୂଜା ପାଇଁ ଆସିଥିଲେ। ମାଙ୍କୁ ବିଶ୍ୱାସ ରଖୁଥିବା ଶ୍ରୀମତୀ ମୁର୍ମୁ ପୁଣି ଥରେ ପୂଜାର୍ଚ୍ଚନା କରିବାକୁ ଆସିବେ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି। ଗୁରୁବାର ମନ୍ଦିରରେ ଶ୍ରଦ୍ଧାଳୁମାନେ ଘିଅ ଦୀପ ଜାଳି ପୂଜାର୍ଚ୍ଚନା କରି ଦ୍ରୌପଦୀଙ୍କ ପାଇଁ ଶୁଭ ମନାସିଛନ୍ତି।

Related Articles

Back to top button