ଓଡ଼ିଶା

କାର୍- ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ଗୁରୁତର

ବଲାଙ୍ଗୀର() କାର୍ ବାଇକକୁ ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବାର ଖବର ମିଳିଛି। ଏଭଳି ଏକ ଦୁର୍ଘଟଣା ଘଟିଛି ବଲାଙ୍ଗୀର-ପାଟଣାଗଡ଼ ରାସ୍ତା ହର୍ଡାଟାଲ ଢାବା ଛକ ନିକଟରେ। ଏକ ଆର୍ଟିଗା କାର ବାଇକକୁ ସାମ୍ନାପଟୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ଦୁଇଜଣ ଛିଟିକି ପଡ଼ିଥିଲେ। ଦୁଇଜଣଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଇଥିଲେ। ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ। ସଦର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com