ପୁଣି ସଂକ୍ରମଣ ତଳମୁହାଁ: ଗତ ୨୪ ଘଣ୍ଟା ମଧ୍ୟରେ ୧,୪୯୭ କରୋନା ପଜିଟିଭ ଚିହ୍ନଟ, ୨୮୩ ଜଣ ୧୮ ବର୍ଷରୁ କମ୍ ବର୍ଗର
ଭୁବନେଶ୍ବର() ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୪୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୬୨୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୮୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Covid-19 Report For 6th Feb
New Positive Cases: 1497
Of which 0-18 years: 283
In quarantine: 874
Local contacts: 623(Details of local contacts will be shared by concerned District)
1. Angul: 71
2. Balasore: 50
3. Bargarh: 22
4. Bhadrak: 19
5. Balangir: 22
6. Boudh: 32— I & PR Department, Odisha (@IPR_Odisha) February 7, 2022
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୭୧ ଜଣ, ବାଲେଶ୍ୱରରୁ ୫୦ ଜଣ, ବରଗଡ଼ରୁ ୨୨ ଜଣ, ଭଦ୍ରକରୁ ୧୯ ଜଣ, ବଲାଙ୍ଗୀରରୁ ୨୨ ଜଣ, ବୌଦ୍ଧ ଜିଲ୍ଲାରୁ ୩୨, କଟକରୁ ୬୯ ଜଣ, ଦେବଗଡ଼ରୁ ୬୨ ଜଣ, ଢେଙ୍କାନାଳରୁ ୨୭ ଜଣ, ଗଜପତିରୁ ୪୫, ଗଞ୍ଜାମରୁ ୮ ଜଣ, ଜଗତସିଂହପୁରରୁ ୨୪ ଜଣ, ଯାଜପୁରରୁ ୬୪ ଜଣ, ଝାରସୁଗୁଡ଼ାରୁ ୭୫ ଜଣ, କଳାହାଣ୍ଡିରୁ ୩୮ ଜଣ, କନ୍ଧମାଳରୁ ୩୧ ଜଣ, କେନ୍ଦ୍ରାପଡ଼ାରୁ ୧୬ ଜଣ, କେଉଁଝରରୁ ୪୩ ଜଣ, ଖୋର୍ଦ୍ଧାରୁ ୨୫୧ ଜଣ, କୋରାପୁଟରୁ ୬୬ ଜଣ, ମାଲକାନଗିରିରୁ ୭ ଜଣ, ମୟୁରଭଞ୍ଜରୁ ୩୫ ଜଣ, ନବରଙ୍ଗପୁରରୁ ୩୪, ନୟାଗଡ଼ରୁ ୫୬ ଜଣ, ନୂଆପଡ଼ାରୁ ୨୩ ଜଣ, ପୁରୀରୁ ୩୭ ଜଣ, ରାୟଗଡ଼ାରୁ ୫୨ ଜଣ, ସମ୍ୱଲପୁରରୁ ୫୯ ଜଣ, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୧୦୧ ଜଣ ଓ ଷ୍ଟେଟ ପୁଲରୁ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨, ୬୮, ୩୦୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୩୭, ୯୭୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୧, ୫୨୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
ସୂଚନାଯୋଗ୍ୟ, ଗତକାଲି ୨,୧୦୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଫେବ୍ରୁଆରି ୫ ତାରିଖରେ ୨୬୦୩ ଜଣ , ଫେବ୍ରୁଆରି ୪ ତାରିଖରେ ୨,୬୯୭ ଫେବ୍ରୁଆରି ୩ରେ ୩୬୨୯, ଫେବ୍ରୁଆରି ୨ ତାରିଖରେ ୩୪୫୦ ଫେବ୍ରୁଆରି ୧ ତାରିଖରେ ୩୦୮୬, ଜାନୁଆରି ୩୧ରେ ୩୩୨୯, ଜାନୁଆରି ୩୦ ରେ ୪, ୮୪୩, ଜାନୁଆରି ୨୯ରେ ୪୮୪୨, ଜାନୁଆରି ୨୮ରେ ୫୦୫୭, ଜାନୁଆରି ୨୭ରେ ୫୯୦୧, ଜାନୁଆରି ୨୬ରେ ୭୪୨୬ ଜଣ, ୨୫ରେ ୫,୮୯୧, ଜାନୁଆରି ୨୪ରେ ୭୯୨୧, ଜାନୁଆରି ୨୩ ତାରିଖରେ ୮,୫୨୦ ଜାନୁଆରି ୨୨ରେ ୮,୮୪୫ ଜାନୁଆରି ୨୧ ତାରିଖରେ ୯,୮୩୩, ଜାନୁଆରି ୨୦ ତାରିଖରେ ୧୦,୩୬୮ଜଣ, ଜାନୁଆରି ୧୯ ତାରିଖରେ ୧୧,୬୦୭ ଜଣ, ଜାନୁଆରି ୧୮ରେ ୧୧,୦୮୬, ଜାନୁଆରି ୧୭ରେ ୧୦,୪୮୯, ୧୬ ତାରିଖରେ ୧୧,୧୭୭, ୧୫ ତାରିଖରେ ୧୦,୮୫୬, ଜାନୁଆରି ୧୪ରେ ୧୦,୨୭୩ , ଜାନୁଆରି ୧୩ରେ ୧୦,୦୫୯ ଜଣ, ଜାନୁଆରି ୧୨ରେ ୮୭୭୮, ୧୧ରେ ୭୦୭୧, ୧୦ରେ ୪୮୨୯, ଜାନୁଆରି ୯ ତାରିଖରେ ୪୭୧୪ ଜଣ , ଜାନୁଆରି ୮ ତାରିଖରେ ୩୬୭୯ ଜଣ , ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ, ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ।