ଜାତୀୟ

ପ୍ରକାଶ ପାଇଲା ICSE ଓ ICS ପରୀକ୍ଷା ଫଳ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଆଇସିଏସଇ ଓ ଆଇସିଏସ ପରୀକ୍ଷା ଫଳ । ସୋମବାର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ସେମିଷ୍ଟର ପରୀକ୍ଷାଫଳ ପ୍ରକାଶ ପାଇଛି । ଆଇସିଏସଇ ଓ ଆଇସିଏସର ଅଫିସିଆଲ ୱେବସାଇଟରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । ଏହି ଲିଙ୍କ https://cisce.org/ରେ କ୍ଲିକ୍ କରି ଛାତ୍ରଛାତ୍ରୀ ନିଜର ପରୀକ୍ଷାଫଳ ଚେକ୍ କରିବେ ।

ଏହା ସହିତ ଅଫଲାଇନରେ ମଧ୍ୟ ଏହି ପରୀକ୍ଷା ଫଳ ଚେକ୍ କରିପାରିବେ । ଏସଏମଏସ ଜରିଆରେ ଏହି ପରୀକ୍ଷା ଫଳ ଚେକ୍ କରି ହେବ । ଏସଏମଏସ ଜରିଆରେ ରେଜଲ୍ଟ ଜାଣିବା ପାଇଁ ନିଜର ୭ଟିକିଆ ଆଇଡି ନମ୍ବରରେ ରେଜଲ୍ଟ ଜାଣିହେବ । ୭ ଡିଜିଟ୍ ୟୁନିକ ଆଇଡିକୁ ୦୯୨୪୮୦୮୨୮୮୩ ନମ୍ବରରେ ପଠେଇବାକୁ ପଡିବ । ଏହି ନମ୍ବରରେ ମେସେଜ କଲେ ଫୋନର ଇନବକ୍ସରେ ପ୍ରଥମ ସେମିଷ୍ଟରର ରେଜଲ୍ଟ ଜାଣି ହେବ । ଅନଲାଇନରେ ରେଜଲ୍ଟର ହାର୍ଡ କପି ମିଳିବ ନାହିଁ ତେବେ ସ୍କୁଲରୁ ଏହା ସଂଗ୍ରହ କରି ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com