ଜାତୀୟ

୭୫ ଲକ୍ଷ ଭାରତୀୟଙ୍କ ‘ଦ୍ୱିତୀୟ ସିମ୍’ ବନ୍ଦ କରି ଦେଇଛି ଟେଲିକମ୍ କମ୍ପାନୀ

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ବହୁ ସଂଖ୍ୟାରେ ମୋବାଇଲ ଉପଭୋକ୍ତାମାନଙ୍କର ସିମ୍‌ ବନ୍ଦ ହୋଇଯାଇଛି। ବିଶେଷକରି ଏହି ସିମ୍‌ ଗୁଡିକ ହେଉଛି ଦ୍ବିତୀ ସିମ୍। ମିଳିଥିବା ସୂଚନା ମୁତାବକ ୭୫ ଲକ୍ଷ ଭାରତୀୟଙ୍କ ମୋବାଇଲର ‘ଦ୍ୱିତୀୟ ସିମ୍’କୁ ଟେଲିକମ୍‌ ଅପରେଟରମାନେ କୌଣସି କାରଣରୁ ବନ୍ଦ କରିଦେଇଛନ୍ତି। ଏତେ ସଂଖ୍ୟାରେ ମୋବାଇଲ ସିମ୍‌ ବନ୍ଦ କରାଯିବା ବଡ଼ ଘଟଣା। ଏହାର ମୁଖ୍ୟ କାରଣ ହେଉଛି ଚଳିତବର୍ଷ ଟେଲିକମ୍‌ କମ୍ପାନୀଗୁଡିକ ଟାରିଫ୍‌ ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛନ୍ତି। ଅପରପକ୍ଷେ ଉପଭୋକ୍ତାମାନେ ନିଜ ଆଡୁ ମୋବାଇଲ୍ ଫୋନ୍ ସିମ୍‌ ବନ୍ଦ କରିବା ସମ୍ଭବ ନୁହେଁ। ଅତ୍ୟଧିକ ଟାରିଫ୍‌ ଯୋଗୁ ଗ୍ରାହକ ସବୁ ସିମ୍‌ ଆକ୍ଟିଭ୍‌ କରିବାରେ ସକ୍ଷମତା ପ୍ରକାଶ କରୁଛନ୍ତି। ତେଣୁ ଦ୍ବିତୀୟ ସିମ୍‌ଟିକୁ ସବୁ ସମୟରେ ଆକ୍ଟିଭ୍‌ ରଖିବା ସେମାନଙ୍କ ପକ୍ଷେ ସମ୍ଭବପର ହୋଇପାରିନାହିଁ। ଅପରପକ୍ଷେ ଆଗକୁ ୫ଜି ସେବା ଆରମ୍ଭ ହେବାକୁ ଯାଉଥିବାରୁ ଟେଲିକମ୍‌ ଅପରେଟରଙ୍କ ନଜର ଏବେ ତାହା ଉପରେ। ତେଣୁ ସେମାନେ ମଧ୍ୟ ନିଜର ନେଟୱର୍କରେ ଏତେ ସଂଖ୍ୟାରେ ନିଷ୍କ୍ରିୟ ଗ୍ରାହକଙ୍କୁ ରଖିବାକୁ ଚାହୁଁ ନାହାନ୍ତି। ଯାହାର ଫଳ ହେଉଛି ୭୫ ଲକ୍ଷ ‘ଦ୍ୱିତୀୟ ସିମ୍’ ବନ୍ଦ କରାଯାଇଛି।  ତେବେ ରିଚାର୍ଜ ନ କଲେ ସିମ୍‌ ବନ୍ଦ କରିଦେବା ନେଇ କିଛି ଦିନ ହେବ ଗ୍ରାହକମାନେ ଅପରେଟରଙ୍କଠାରୁ ମେସେଜ୍‌ ପାଇଆସୁଥିଲେ। ସେମାନଙ୍କୁ ନମ୍ବର ରିଚାର୍ଜ କରିବାକୁ କହିଥିଲେ ନଚେତ୍ ଏହା ବନ୍ଦ ହୋଇଯିବ ଚେତାବନୀ ଦିଆଯାଉଥିଲା ବୋଲି ଟ୍ରାଇର ରିପୋର୍ଟରୁ ଜଣାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com