Featuredଓଡ଼ିଶାଜାତୀୟ

ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ, ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ

ଭୁବନେଶ୍ୱର: ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଜି ଶୁଣାଣି ଚାଲିଥିବା ବେଳେ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ହାଇକୋର୍ଟ ବେଞ୍ଚ ଅନାବଶ୍ୟକ, ସେହି କାରଣରୁ ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହ ଓକିଲ ଆନ୍ଦୋଳନ ନେଇ କଡ଼ା ଅସନ୍ତୋଷ ପ୍ରକାଶ କରିବା ସହ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆବେଦନକୁ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।ଏହା ସହ ଓକିଲ ସଂଘଠାରୁ ବିସ୍ତୃତ ରିଜୋଲ୍ୟୁସନ ମାଗିଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନ ବନ୍ଦ ନେଇ ଓକିଲ ସଂଘ ବିସ୍ତୃତ ରିଜୋଲ୍ୟୁସନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଟକରୁ ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗରେ ଦାବି ଉଠିବା ପରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ରଖିଛନ୍ତି । କୋର୍ଟ କହିଛନ୍ତି ଯେ, ‘ମନଇଚ୍ଛା କୋର୍ଟ ସ୍ଥାନାନ୍ତର ଦାବି କଲେ ହୋଇପାରିବ ନାହିଁ ।’ ତେବେ ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହାଜର ହୋଇଥିଲେି ପୋଲିସ ଡିଜି ସୁନୀଲ ବଂଶଲ ଓ ସମ୍ବଲପୁର ଆଇଜି ଦୀପକ କୁମାର । ଉଭୟଙ୍କୁ ଆଜି ହାଜର ପାଇଁ ନିର୍ଦ୍ଦେଶ କରିଥିଲେ ସୁପ୍ରିମକୋର୍ଟ ।

Related Articles

Back to top button
WP Twitter Auto Publish Powered By : XYZScripts.com