ଜାତୀୟ

ସମ୍ପତ୍ତି ପାଇଁ ପ୍ରେମିକ ସହ ମିଶି ଶ୍ବଶୁରଙ୍କୁ ହତ୍ୟା, ବୋହୁ ଗିରଫ

ନୂଆଦିଲ୍ଲୀ() ଫରିଦାବାଦରେ ସମ୍ପତ୍ତି ହାତେଇବା ପାଇଁ ନିଜର ପ୍ରେମିକ ସହିତ ମିଶି ଶ୍ବଶୁରଙ୍କୁ ହତ୍ୟା କରିବା ଅଭିଯୋଗରେ ବୋହୁକୁୁ କ୍ରାଇମ୍ ବ୍ରାଞ୍ଚ୍ ବଦରପୁର ସୀମା ଅଞ୍ଚଳରୁ ଗିରଫ କରି ଜେଲ୍ ପଠେଇ ଦେଇଛି। ତାର ପ୍ରେମିକ ଫେରାର ଅଛି, ପୁଲିସ ତାକୁ ଖୋଜୁଛି। ମୃତକ ଭରତ ସିଂହ ଅଭିଯୁକ୍ତ ମହିଳା ଗୀତାର ସ୍ବାମୀ ବିନୋଦର ସାବତ ବାପା ଥିଲେ।

ଖବର ଅନୁସାରେ,ବଲ୍ଲଭଗଡର ନ୍ୟୁ ଫ୍ରେଣ୍ଡ୍ସ କଲୋନୀରେ ପାଖାପାଖି ଛଅ ଦିନ ପୂର୍ବରୁ ଭରତ ସିଂହ ନାମକ ବ୍ୟକ୍ତିଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା। ଅପରାଧ ବିଷୟରେ ଯାଞ୍ଚ କରୁଥିବା ପୁଲିସ ଫେରାର ପୁଅବୋହୁକୁ ଗିରଫ କରି ଅଦାଲତରେ ହାଜର କରିଛି। ଅଦାଲତ ଅଭିଯୁକ୍ତକୁ ନିମକା ଜେଲ୍ ପଠେଇ ଦେଇଛନ୍ତି।

ଅଭିଯୁକ୍ତ ମହିଳାକୁ ପୁଲିସ ବୁଧବାର ଦିନ ଗିରଫ କରିଥିଲା। ଗିରଫ ମହିଳା ଗୀତା ନିଜ ପ୍ରେମିକ ସହ ମିଶି ନିଜର ଶ୍ବଶୁରଙ୍କୁ ହତ୍ୟା କରିଥିଲା। ହତ୍ୟାର କାରଣ ସମ୍ପତ୍ତି ବିବାଦ ଥିଲା। ମୃତକ ଭରତ ସିଂହ ଅଭିଯୁକ୍ତ ମହିଳା ଗୀତାର ସ୍ବାମୀ ବିନୋଦର ସାବତ ବାପା ଥିଲେ। ଅଭିଯୁକ୍ତ ବୋହୁ ଶ୍ବଶୁରଙ୍କ ସମସ୍ତ ସମ୍ପତ୍ତି ନିଜ ନାମରେ କରି ଦେବାକୁ ଚାପ ପକାଉ ଥିଲା। ସମସ୍ତ ସମ୍ପତ୍ତି ମହିଳାଙ୍କ ଶ୍ବଶୁର ଭରତ ସିଂହଙ୍କ ନାମରେ ଥିଲା।

ଅଭିଯୁକ୍ତ ମହିଳା ସହିତ ତାର ପ୍ରେମିକ ଦିଲିପ ଓରଫ କାଳିଆ ମଧ୍ୟ ସାମିଲ ଅଛି। ଅଭିଯୁକ୍ତ ଦିଲିପ ନାମରେ ପୂର୍ବରୁ ବି କେତେକ ମାମଲା ଅଛି। ଦିଲିପ ଜେଲ୍ ଦଣ୍ଡ ମଧ୍ୟ ଭୋଗି ସାରିଛି। ହତ୍ୟାର ପୂର୍ବରୁ ଅଭିଯୁକ୍ତ ମହିଳା ନିଜର ଶ୍ବଶୁରଙ୍କ ଖାଦ୍ୟରେ ନୀଦ ବଟିକା ମିଶେଇ ଦେଇଥିଲା। ତାର ପ୍ରେମିକ ଫେରାର ଅଛି।

Related Articles

Back to top button
WP Twitter Auto Publish Powered By : XYZScripts.com