ଓଡ଼ିଶା

ଅର୍ଥ ମନ୍ତ୍ରଣାଳୟ ଅଧିକାରୀ କହି ଠକେଇ କରୁଥିଲେ, ଏବେ ବାନ୍ଧିଲା ଇଓଡ଼ବ୍ଲ୍ୟୁ

ଭୁବନେଶ୍ୱର() ଅଢେଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ । ଅଭିଯୁକ୍ତ ହିମାଂଶୁ ଭଣ୍ଡାରୀ କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ହିମାଂଶୁଙ୍କୁ ନୋଏଡାରୁ ଗିରଫ କରିଛି ଇଓଡ଼ବ୍ଲ୍ୟୁ ।

ଖବର ଅନୁଯାୟୀ, ନିଜକୁ ଅର୍ଥ ମନ୍ତ୍ରଣାଳୟ ଅଧିକାରୀ କହି ଲୋକଙ୍କୁ ଠକେଇ କରୁଥିଲେ । ୨୦୧୯ରେ ଯୋଡାର ବ୍ୟବସାୟୀ ପ୍ରମୋଦ ରାଉତଙ୍କୁ ଫୋନ୍‌ କରି ଠକେଇ କରିଥିଲେ । ଏନେଇ ପ୍ରମୋଦ ୩ ଥର ଅଭିଯୋଗ କରିଥିଲେ । ଶେଷରେ ପ୍ରମୋଦଙ୍କ ଅଭିଯୋଗ ଆଧାରରେ  ହିମାଂଶୁଙ୍କୁ ନୋଏଡ଼ାରୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ଇଓଡ଼ବ୍ଲ୍ୟୁ । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ପଚରାଉଚରା କରୁଛି ଇଓଡ଼ବ୍ଲ୍ୟୁ ।

Related Articles

Back to top button
WP Twitter Auto Publish Powered By : XYZScripts.com