ଓଡ଼ିଶା

ଆଜିଠୁ +୨ ନାମଲେଖା ପାଇଁ ଆବେଦନ, ସାମ୍ସ ପୋର୍ଟାଲ ଜରିଆରେ ଆବେଦନ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ । ଅଗଷ୍ଟ ୧୭ରେ ମେଧା ତାଲିକା ପ୍ରକାଶ ପାଇବ । ଏହାପରେ ଅଗଷ୍ଟ ୧୯ରୁ ଆରମ୍ଭ ହେବ ନାମଲେଖା । ସାମ୍ସ ପୋର୍ଟାଲ ଜରିଆରେ ଆବେଦନ କରିବେ ଛାତ୍ରଛାତ୍ରୀ । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ । ଆବେଦନ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ୨ଶହ ଟଙ୍କା ପୈଠ କରିବାକୁ ଥିବା ବେଳେ ଏସସି ଓ ଏସଟି ବର୍ଗର ଛାତ୍ରଛାତ୍ରୀ ଶହେ ଟଙ୍କା ଦାଖଲ କରିବେ ।

ଆବେଦନ ଶେଷ ପରେ ଅଗଷ୍ଟ ୧୭ ଅପରାହ୍ନ ୩ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଅଗଷ୍ଟ ୧୯ରୁ ୨୫ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବ । ସେହିପରି ଅଗଷ୍ଟ ୨୭ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ସ୍ଲାଇଡ୍ ଅପ୍ ହେବାକୁ ଥିବା ବେଳେ ସେପଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଛାତ୍ରଛାତ୍ରୀ ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ samsodisha.gov.inରେ ପାଇପାରିବେ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com