ଓଡ଼ିଶା

ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ଲୁଟ୍ କରିବା ଘଟଣାରେ ୫ ଜଣ ସାଇବର ଲୁଟେରା ଗିରଫ

ବାଲେଶ୍ୱର() ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ଲୁଟ୍ କରିଥିବା ୫ ଜଣ ସାଇବର ଲୁଟେରାଙ୍କୁ ଧରିଲା ବାଲେଶ୍ଵର ସାଇବର ଥାନା ପୋଲିସ । ଏହା ସହିତ ୧୦ଟି ମୋବାଇଲ ଫୋନ, ୧୪ ଟି ବିଭିନ୍ନ ବ୍ୟାଙ୍କର ଏଟିଏମ୍, ୩୯ଟି ସିମ କାର୍ଡ ମଧ୍ୟ ଜବତ କରାଯାଇଛି ।

ଇଣ୍ଟରନେଟ ଦ୍ୱାରା ହ୍ୟାକ କରି ୧୨ ଲକ୍ଷ୍ୟ ୪୫ ହଜାର ଟଙ୍କା ଲୁଟ୍ କରି ଦେଇଥିଲେ ସାଇବର ଲୁଟେରା ।

ଏହା ପରେ ଗତବର୍ଷ ଡ଼ିସେମ୍ବର ୨୯ ତାରିଖରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ବାଲିଗୋହିରୀ ଅଞ୍ଚଳର ଜ୍ୟୋତ୍ସ୍ନାରାଣୀ ପାତ୍ର ବାଲେଶ୍ଵର ସାଇବର ଥାନାରେ ଅଭିଯୋଗ କରିଥିଲେ ।

ପରେ ଆକ୍ସନ୍ ମୋଡ଼୍ କୁ ଆସିଥିଲା ସାଇବର ଥାନା ପୋଲିସ୍ । ତେବେ ଆଜି ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ଲିଙ୍କ୍ ଓଡ଼ିଶାର ସୁନ୍ଦରଗଡ଼ ପଶ୍ଚିମବଙ୍ଗର କଲିକତା, ମୁର୍ଶିଦାବାଦ ସମେତ ବିହାର ଓ ଝାରଖଣ୍ଡରେ ଆଦି ଥିବା ଜଣା ପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com