ଓଡ଼ିଶା

ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ପାରାଦୀପ: ପାନବରଜକୁ ଯିବା ବେଳେ ଗାଁ ମୁଣ୍ଡରେ ଲୋକଙ୍କୁ ଅଟକାଇବା କାରଣରୁ ଢିଙ୍କିଆରେ ଉତ୍ତେଜନା ଦେଖିବାକୁ ମିଳିଛି। ଏଠାରେ ଗ୍ରାମବାସୀ ପୋଲିସ ଲାଠିମାଡ଼ର ଶିକାର ହୋଇଛନ୍ତି। ଏଥିରେ ବହୁ ଗ୍ରାମବାସୀ ଆହତ ହୋଇଥିବା ଜଣାଯାଇଛି।

ଢିଙ୍କିଆରେ ପୋଲିସ ଗ୍ରାମବାସୀ ମୁହାଁମୁହିଁ। ଠେଲାପେଲା, ଧସ୍ତାଧସ୍ତି ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ମହିଳାମାନେ ଉଲଗ୍ନ ପ୍ରତିବାଦ କରିଛନ୍ତି । ଆଜି ଗ୍ରାମବାସୀମାନେ ପାନବରଜକୁ ଯିବା ବେଳେ ଗାଁ ମୁଣ୍ଡରେ ଅଟକାଇଥିଲା ପୁଲିସ । ପ୍ରଶାସନ ପକ୍ଷରୁ ଗାଁର ଚାରିପଟେ ମୁତୟନ ହୋଇଥିବା ପୋଲିସ ନିକଟରେ ଲୋକ ମାଡ଼ି ଆସିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।

ଜେ.ଏସ.ଡବ୍ଲୁ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ପ୍ରଶାସନ ପାନବରଜ ଭାଙ୍ଗୁଥିବା ଅଭିଯୋଗ କରିଛନ୍ତି ଚାଷୀ। ଏନେଇ ଛୋଟ ଛୋଟ ପିଲାଙ୍କୁ ଧରି ଶତାଧିକ ଗ୍ରାମବାସୀ ପ୍ରକଳ୍ପ ନିକଟକୁ ଯାଉଥିଲେ । ଏହି ସମୟରେ ପୋଲିସ ଅଟକାଇବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com