ଜାତୀୟ

ଟ୍ୱିଟର ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

() ଭାରତ ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ଟ୍ୱିଟରରେ ଅନୁଗାମୀଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ଟ୍ୱିଟର ବିରୋଧରେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ଦାବି କରିଛନ୍ତି ଯେ ତାଙ୍କ ଟ୍ୱିଟର ଅନୁଗାମୀଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଗତ ପ୍ରାୟ ସାତ ମାସ ମଧ୍ୟରେ, ତାଙ୍କ ଅନୁଗାମୀମାନଙ୍କ ସଂଖ୍ୟା ପ୍ରାୟ ଚାରି ଲକ୍ଷ ବୃଦ୍ଧି ପାଇଥିଲା, କିନ୍ତୁ ଅଗଷ୍ଟ ୨୦୨୧ ପରଠାରୁ ହ୍ରାସ ପାଉଛି । ଏନେଇ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟରକୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ଚାପରେ ଟ୍ୱିଟର କାର୍ଯ୍ୟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଚିଠିର ଉତ୍ତରରେ ଟ୍ୱିଟର କହିଛି ଯେ ରାହୁଲ୍‌ଙ୍କ ଆକାଉଣ୍ଟରେ କୌଣସି ହେର୍‌ଫେର୍‌ କରାଯାଇନାହିଁ। ତାଙ୍କ ଅନୁଗାମୀଙ୍କ ସଂଖ୍ୟା ଯଥାର୍ଥ ଏବଂ ସଠିକ୍‌ ଅଛି।

Related Articles

Back to top button
WP Twitter Auto Publish Powered By : XYZScripts.com