କ୍ରୀଡ଼ା
ଏହି ଖେଳାଳି ସେହୱାଗଙ୍କ ରେକର୍ଡ ଭାଙ୍ଗିଲେ ଦିନିକିଆ କ୍ରିକେଟରେ – ଜାଣନ୍ତୁ ସେ ଖେଳାଳି କିଏ. . .

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍ର ଦିନିକିଆ ଏବଂ ଟି-୨୦ ଅଧିନାୟକ ରୋହିତ ଶର୍ମା ଭାଙ୍ଗିଲେ ବିରେନ୍ଦ୍ର ସେହୱାଗଙ୍କ ରେକର୍ଡ । ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ଧୂଆଁଧାର ୬୦ ରନ୍ର ପାଳି ଖେଳିବା ସହ ସେହୱାଗଙ୍କୁ ପଛରେ ପକାଇଛନ୍ତି ଏହି ବ୍ୟାଟ୍ସମ୍ୟାନ୍ । ଭାରତ ପାଇଁ ଅନ୍ତର୍ଜାତୀୟ ଦିନିକିଆ ଫରମାଟ୍ରେ ସବୁଠାରୁ ଅଧିକ ରନ୍ କରିବା କ୍ଷେତ୍ରରେ ରୋହିତ୍ ସେହୱାଗ୍ଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ସେହୱାଗ୍ ସର୍ବମୋଟ ଦିନିକିଆରେ ୭୨୪୦ ରନ୍ କରିଥିବା ବେଳେ ରୋହିତ୍ ତାଙ୍କୁ ଟପି ଯାଇଛନ୍ତି । ପୂର୍ବ ମ୍ୟାଚ୍ରେ ରୋହିତଙ୍କ ମୋଟ ରନ୍ ୭୨୩୮ ରହିଥିଲା । ବର୍ତ୍ତମାନ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଏବଂ ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପରେ ରହିଛନ୍ତି ।




